ରାଉରକେଲା,୨୯/୭ : ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ସ୍ଥାନୀୟ ଲୋକେ ଆତଙ୍କିତ। ରାସ୍ତା କଡ଼ରେ ଥିବା ଏକ ଗଛରେ ଏହି ପୋଷ୍ଟର ସବୁ ଲଗାଯାଇଛି। ୨୮ ତାରିଖରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହକୁ ସଫଳ କରିବା ଲାଗି ମାଓବାଦୀମାନେ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରଗୁଡ଼ିକୁ ଜବତ କରିଛି।
ସୂଚନାଯୋଗ୍ୟ, ମାଓବାଦୀମାନେ ମେ ମାସ ୨୭ ତାରିଖରେ ବାଙ୍କୋ ପଥର ଖାଦାନକୁ ଏକ ଗାଡ଼ିରେ ଯାଇଥିବା ୫ ଟନ ବିସ୍ଫୋରକ ଲୁଟି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସରଣ୍ଡାରୁ ୪ ଟନ ବିସ୍ଫୋରକ ଜବତ ହୋଇସାରିଛି। ଆହୁରି ୧ ଟନ ବିସ୍ଫୋରକ ମିଳିପାରିନାହିଁ।