​​​​​​​ମାଲକାନଗିରି, ୫।୧୦ (ଆପ୍ର):   ସୀମାନ୍ତରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ନିହତ ହୋଇଛି।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଗାମ୍ପୁର ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ବହନ କରୁଥିବା ଜଣେ ମାଓବାଦୀ  ନିହତ ହୋଇଛି।

ଶନିବାର ଏହି ଅଞ୍ଚଳରେ ଯବାନମାନେ ତଲାସି ଅଭିଯାନ କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା।  ଯେଉଁଥିରେ ସୁରକ୍ଷା ବାହିନୀର ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ଜିଲ୍ଲା ରିଜର୍ଭ ଗାର୍ଡର ଏକ ମିଳିତ ଦଳ ତଲାସି ଅଭିଯାନ କରୁଥିଲେ। ଏହି ଅପରେସନ ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ଯବାନଙ୍କ ସାମ୍ନା କରିନପାରି ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ। ଏହାପାଏ ଅଞ୍ଚଳରେ ତଲାସି ଅଭିଯାନ କରୁଥିବା ବେଳେ ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ମାଓ ସାହିତ୍ୟକୁ ଯବାନ ମାନେ ଜବତ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏହି ସଫଳତା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା, କାରଣ ଆଇତୁ ପୋଡିୟମ୍ ଦୀର୍ଘ ସମୟ ଧରି ବିଜାପୁର ଅଞ୍ଚରେ ସକ୍ରିୟ ଥିଲା।