ମାଲକାନଗିରି, ୧୬/୧୧(ଆପ୍ର ) : ମାଲକାନଗିରି ପୋଲିସ ଓ ବିଏସଏଫ ଟିମକୁ ମିଳିଛି ଆଉ ଏକ ସଫଳତା । ପାହାଡରେ ଥିବା ଏକ ଗୁମ୍ଫା ରୁ ମିଳିଛି ବିପୁଳ ପରିମାଣର ମାଓବାଦୀ ଙ୍କ ବିସ୍ଫୋରକ ସାମଗ୍ରୀ।

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ବିଏସଏଫ ଯବାନଙ୍କ ଅପରେସନ ସମୟରେ ପାହାଡର ଏକ ଗୁମ୍ଫା ଭିତରେ ମାଓ ସାମଗ୍ରୀ ଥିବାର ସୂଚନା ପାଇଥିଲେ। ସତର୍କତା ସହ ମାଓ ସାମଗ୍ରୀ ଗୁଡିକ ଉଦ୍ଧାର କରିଥିଲେ ।ସେଥି ମଧ୍ୟରେ ଥିଲା ଗୋଟିଏ ବନ୍ଧୁକ ,ବିପୁଳ ପରିମାଣର ଜୀବନ୍ତ ଗୁଳି,ଜିଲେଟିନ ଷ୍ଟିକ୍,ଲ୍ୟାଣ୍ଡ ମାଇନ ପରି ଅନେକ ମାଓ ସାମଗ୍ରୀ।ମାଓବାଦୀ ମାନେ ପୋଲିସକୁ ଟାର୍ଗେଟ କରିବା ପାଇଁ ଏହି ବିସ୍ଫୋରକ ସାମଗ୍ରୀ ବହୁଦିନ ତଳେ ରଖି ଥିବାର ପୋଲିସ ଅନୁମାନ କରୁଛି।ଯଦିଓ ମାଲକାନଗିରି ଜିଲ୍ଲାରେ ସେଭଳି ଗତିବିଧି ନାହିଁ କିନ୍ତୁ ପଡୋଶୀ ରାଜ୍ୟର ମାଓ ଗତିବିଧି ରହିଛି।ତେଣୁ ପୋଲିସ ଏହାକୁ ଗୁରୁତର ନେଇ ଉଦ୍ଧାର କରିଛି ବୋଲି ବିଏସଏଫ କ୍ୟାମ୍ପ ସୂତ୍ରରୁ ଜଣାପଡିଛି।