କଣ୍ଟାମାଳ,୧୧/୫ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ପକ୍ଷରୁ ଏକ ମ୍ୟାକ୍ସ ପିକ୍-ଅପ୍ ଗାଡ଼ି ଉପରେ ଚଢଉ କରାଯାଇ ୫୭୦କିଲୋଗ୍ରାମ ଗଞ୍ଜେଇ ସହ ଗାଡ଼ିକୁ ଜବତ କରାଯାଇଛି । ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଘଣ୍ଟାପଡ଼ା ପୋଲିସ ବିଶେଷ ସୂତ୍ରରୁ ଖବରପାଇଥିଲା । ଏହାପରେ ଏକ ଟିମ୍ ନାରାୟଣ ପ୍ରସାଦ ଗ୍ରାମ ନିକଟରେ ଏକ ମ୍ୟାକ୍ସ ପିକ୍-ଅପ୍ ଗାଡ଼ି ଉପରେ ଚଢଉ କରିଥିଲା । ଗାଡ଼ିରୁ ୫୭୦କିଲୋ ଗଞ୍ଜେଇ ଜବତ କରିଥିଲେ । ହେଲେ ପୋଲିସ କାହାରିକୁ ଗିରଫ କରି ନାହିଁ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି ।

ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡି...