ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅଣ୍ଟାବିନ୍ଧା କମାଇବ ମାର୍ଜାରୀ ଆସନ, ଜାଣନ୍ତୁ ଏହାର ଅନ୍ୟ ଫାଇଦା

Published By : Krishna Priya | October 4, 2024 1:29 PM

ଭୁବନେଶ୍ୱର ୦୪/୧୦: ଅଣ୍ଟାବିନ୍ଧାକୁ ନେଇ ଆପଣ ଚିନ୍ତାରେ? ବ୍ୟସ୍ତ ହୁଅନ୍ତୁ ନାହିଁ । ସାମାନ୍ୟ ଧୈର୍ଯ୍ୟର ସହ ମାର୍ଜାରୀ ଆସନ କରନ୍ତୁ ଦେଖିବେ ଆରାମ ମିଳିବ । ଏହି ଆସନ ମେରୁଦଣ୍ଡ ହାଡ଼ର ନମନୀୟତା ବଢାଇଥାଏ । ପିଠି ଯନ୍ତ୍ରଣା ଆଜିକାଲିର ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇପଡିଲାଣି, ଯାହା ପ୍ରାୟ ଲୋକ ଅନୁଭବ କରୁଛନ୍ତି । ଯେଉଁମାନେ ସ୍ୱାଭାବିକ ଭାବେ ଶାରୀରିକ ପରିଶ୍ରମ କରୁଥାନ୍ତି, ସେମାନେ ବ୍ୟାୟାମ ନ କଲେ କୌଣସି ସମସ୍ୟା ଉପୁଜି ନଥାଏ । କିନ୍ତୁ ଯେଉଁମାନେ କମ୍‌ ଶାରିରୀକ ପରିଶ୍ରମ କରିଥାନ୍ତି, ସେମାନେ ନିୟମିତ ଯୋଗ କରିବା ଆବଶ୍ୟକ । ଯଦି ଆପଣଙ୍କର ଅଣ୍ଟାବିନ୍ଧା ହେଉଥାଏ, ତେବେ ମାର୍ଜାରୀ ଆସନ ବା କ୍ୟାଟ୍‌ କ୍ୟାମେଲ୍‌ ପୋଜ୍‌ କରିପାରିବେ । 

ଏହାର ଫାଇଦା :

-ମେରୁଦଣ୍ଡ ହାଡ଼ର ଯନ୍ତ୍ରଣାକୁ କମ୍‌ କରିବା ବ୍ୟତୀତ ଏହି ଆସନ ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ ।

-ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ବି ମୁକ୍ତି ଦେଇଥାଏ । 

-ବେକ, କାନ୍ଧ ଓ ମେରୁଦଣ୍ଡର ନମନୀୟତା ବଢାଇଥାଏ । 

-ପେଟ, ପିଠି, ଛାତି, ଫୁସଫୁସ୍‌ ଓ ଅଣ୍ଟା ପାଖରେ ଥିବା ମାଂସପେଶୀକୁ ସଂପ୍ରସାରିତ କରିଥାଏ । 

-ଟେଲବୋନ୍‌କୁ ସକ୍ରିୟ କରି ମେରୁଦଣ୍ଡ ହାଡ଼ ଉପରେ ଗୁରୁତ୍ୱ ଦେଇଥାଏ । ଯାହା ଦ୍ୱାରା ଆଗକୁ ଓ ପଛକୁ ନଇଁବା ସମୟରେ ନମନୀୟତା ଆସିଥାଏ । 

ମାର୍ଜାରୀ ଆସନର ପ୍ରକ୍ରିୟା :

-ଆଣ୍ଠୁ ମୋଡିକି ବସି ଯାଆନ୍ତୁ । ଧୀରେ ଧୀରେ ଦୁଇ ହାତକୁ ଭୂଇଁ ଉପରେ ରଖନ୍ତୁ ଏବଂ ପୁଣି ହାତକୁ ଆଗକୁ ସଂପ୍ରସାରଣ କରନ୍ତୁ । ଏଥିସହିତ ନିଜ ଚାରିପଟକୁ ବିଲେଇ ପରି ଦେଖିବାକୁ ପ୍ରୟାସ କରନ୍ତୁ ।

-ଆଣ୍ଠୁ ଓ ନିତମ୍ବର ଚଉଡା କରି ରଖନ୍ତୁ । ମୁଣ୍ଡକୁ ସିଧା ଅବସ୍ଥାରେ ରଖନ୍ତୁ । 

-ଥୋଡ଼ି ଓ ଛାତିକୁ ଉପରକୁ ଉଠାଇ ଛାତ ଆଡ଼କୁ ଦେଖନ୍ତୁ ।

-କାନ୍ଧକୁ ଚଉଡ଼ା କରି ବିଲେଇ ପୋଜ୍‌ରେ ରୁହନ୍ତୁ । ନିଶ୍ୱାସ ଛାଡିବା ସହ ଆଗକୁ ବଢନ୍ତୁ । 

-ପେଟକୁ ମେରୁଦଣ୍ଡ ଆଡକୁ ଟାଣନ୍ତୁ । ସେହିପରି ପିଠିକୁ ଛାତ ଆଡ଼କୁ ରଖି ଗୋଲ ଗୋଲ କରି ବୁଲାନ୍ତୁ । 

-ଏବେ ଇନ୍‌ହେଲ କରି ଗାଈ ପୋଜ୍‌କୁ ଫେରିଆସନ୍ତୁ । ପୁଣି କ୍ୟାଟ୍‌ପୋଜ୍‌କୁ ଫେରିବା ସମୟରେ ନିଶ୍ୱାସ ଛାଡନ୍ତୁ । 

-ଏହି ପ୍ରକ୍ରିୟାକୁ ୫ରୁ ୨୦ ଥର ଯାଏ ଦୋହରାନ୍ତୁ । 

ଧ୍ୟାନ ଦିଅନ୍ତୁ :

-ଏହି ଆସନର ଲାଭ ପାଇବା ପାଇଁ ହେଲେ ଠିକ୍‌ ଶୈଳୀ ଅନୁସରଣ କରିବା ବହୁତ ଜରୁରି । 

-ବ୍ୟକ୍ତିର ଆଣ୍ଠୁ ସିଧା ଭାବେ ନିତମ୍ବ ତଳେ ଓ ହାତ କାନ୍ଧ ତଳେ ରଖିବା ଦରକାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.