ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାର୍କ ଜୁକରବର୍ଗଙ୍କ ବଢିଲା ଅଡୁଆ; ମେଟାକୁ ସମନ ପଠାଇବ ସଂସଦର ସ୍ଥାୟୀ କମିଟି

Published By : Bijay Swain | January 14, 2025 5:52 PM

Image courtesy: indiatoday

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ମେଟାର ମାଲିକ ମାର୍କ ଜୁକରବର୍ଗଙ୍କ ଅଡୁଆ ବଢିବାକୁ ଯାଉଛି। ଭାରତରେ ହୋଇଥିବା ୨୦୨୪ ଲୋକସଭା ନିର୍ବାଚନ ଉପରେ ବିବାଦୀୟ ବୟାନ ଦେଇ ଏବେ ବିବାଦ ଘେରରେ ଜୁକରବର୍ଗ। ଏନେଇ ସଂସଦର ସ୍ଥାୟୀ କମିଟି ତାଙ୍କୁ ସମନ ପଠାଇବାକୁ ଯାଉଛି। 

ସୂଚନା ମୁତାବକ, ଚଳିତବର୍ଷ ଜାନୁଆରୀ ୧୦ ତାରିଖରେ ଜୁକରବର୍ଗ ଜୋଇ ରୋଗାନ ଏକ୍ସପରିଅନ୍ସ ପୋଡକାଷ୍ଟ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କୋଭିଡ-୧୯ର ଦୁର୍ବଳ ପରିଚାଳନା ଯୋଗୁଁ ପିଏମ ମୋଦୀ ଲୋକସଭା ନିର୍ବାଚନ ଜିତି ମଧ୍ୟ ହାରିଯାଇଛନ୍ତି ବୋଲି ସେ ଏହି କାର୍ଯ୍ୟକ୍ରମରେ କହିଥିଲେ। ଏହି ପୋଡକାଷ୍ଟ ଭାଇରାଲ ହେବାପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମିଛ ବୟାନ ପାଇଁ ଜୁକରବର୍ଗଙ୍କୁ କଡ଼ା ସମାଲୋଚନା କରିଥିଲେ ।

ବିଜେପି ସାଂସଦ ଏବଂ ସଂସଦ ଏବଂ ସୂଚନା ପ୍ରଯୁକ୍ତି ଉପରେ ସଂସଦର କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ କହିଥିଲେ ଯେ ଭୁଲ ସୂଚନା ପ୍ରସାର ଅଭିଯୋଗରେ ମେଟାକୁ ତଲବ କରାଯିବ। ନିଶିକାନ୍ତ ଦୁବେ ଏନେଇ ଏକ୍ସରେ, 'ଏକ ଗଣତାନ୍ତ୍ରିକ ଦେଶକୁ ନେଇ ଭୁଲ ସୂଚନା ପ୍ରସାର ଏହାର ଛବିକୁ ମଳିନ କରୁଛି । ଏହି ଭୁଲ ପାଇଁ କମ୍ପାନି ସଂସଦ ଏବଂ ଦେଶର ଲୋକଙ୍କୁ ଭୁଲ ମାଗିବା ଦରକାର' ବୋଲି ଲେଖିଥିଲେ। 

ଭାରତ ସହ ବିଶ୍ୱର ପ୍ରାୟ ସମସ୍ତ ସରକାର କୋଭିଡ-୧୯ ମହାମାରୀ ଯୋଗୁଁ ପ୍ରବାବିତ ହୋଇଛନ୍ତି ବୋଲି ପୋଡକାଷ୍ଟରେ ବସିଥିବା ଜୁକରବର୍ଗ କହିଥିଲେ। ଏହାପରେ ଏହାକୁ ନେଇ ଭାରତରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଅଶ୍ୱୀନି ବୌଷ୍ଣବ ଏହାକୁ “ବାସ୍ତବରେ ଭୁଲ” ଆଖ୍ୟା ଦେଇଥିଲେ। ଏହାର ତଥ୍ୟ ଅନୁସନ୍ଧାନ କରିବାକୁ ସେ ମାର୍କ ଜୁକରବର୍ଗଙ୍କୁ ପରାମର୍ଶ ଦେଇଥିଲା।

ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ ଭଳି ସାମାଜିକ ଗଣମାଧ୍ୟମ ଚଳାଉଥିବା ମେଟା ପ୍ଲାଟଫର୍ମ ଏହାକୁ ନେଇ ଏଯାଏଁ କୌଣସି ଆଧିକାରୀକ ପ୍ରତିକ୍ରିୟା ପ୍ରକାଶ କରିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.