ନୂଆଦିଲ୍ଲୀ ୨୫/୧୧: ମଙ୍ଗଳ ଗ୍ରହରେ ଜୀବସତ୍ତା ପାଇଁ ଜରୁରି ପାଣିର ଉପସ୍ଥିତି ନେଇ ଅନେକ ସମୟରେ ବୈଜ୍ଞାନିକମାନେ ଦାବି କରିଆସୁଛନ୍ତି । ସେଠାରେ ପୂର୍ବରୁ ପାଣି ବହୁଥିଲା ଏବଂ ଭୂଆକୃତି ବନାଇବାରେ ଯୋଗଦାନ ଦେଉଥିଲା ବୋଲି ମଧ୍ୟ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ସଦ୍ୟ ରିପୋର୍ଟରେ ମଙ୍ଗଳରେ ଅତୀତରେ ପାଣି ଥିବାର ପ୍ରମାଣ ଆବିଷ୍କାର କରିଛନ୍ତି ବୈଜ୍ଞାନିକ । ଲାଲ୍ ଗ୍ରହରେ ୪.୪୫ ବିଲିୟନ ବର୍ଷ ପୂର୍ବେ ପାଣି ଥିଲା ବୋଲି ସ୍ପେସ୍ ଡଟ୍ କମ୍ ରିପୋର୍ଟରେ ପ୍ରକାଶ ପାଇଛି । ମଙ୍ଗଳରୁ ଆସିଥିବା ଉଲ୍କାପିଣ୍ଡରେ ଥିବା ଖଣି ଜିର୍କୋମର ରିସର୍ଚ୍ଚ କରିବା ପରେ ସାମ୍ନାକୁ ଆସିଛି ଯେ, ୪.୪୫ ବିଲିୟନ ବର୍ଷ ପୂର୍ବେ ଯେତେବେଳେ ଜିର୍କମ୍ ବନିଥିଲା ସେତେବେଳେ ମଙ୍ଗଳରେ ପାଣିଥିଲା ।
ପଶ୍ଚିମ ଅଷ୍ଟ୍ରେଲିଆର କର୍ଟିନ୍ ୟୁନିଭର୍ସିଟିର ଅଧ୍ୟୟନକାରୀଙ୍କ ଟିମ୍ ମଙ୍ଗଳ ଗ୍ରହରୁ ଆସିଥିବା ଏହି ଉଲ୍କାପିଣ୍ଡ ଅଂଶ ଉପରେ ରିସର୍ଚ୍ଚ କରିଥିଲେ । ୨୦୧୧ରେ ସାହାରା ମରୁଭୂମିରେ ଏହି ଉଲ୍କାପିଣ୍ଡ ଅଂଶ ମିଳିଥିଲା । ଅରବ ଅରବ ବର୍ଷ ପୁରୁଣା ଏହି ଉଲ୍କାପିଣ୍ଡ ଏନ୍ଡବ୍ଲ୍ୟୁଏ୭୦୩୪ ବା ବ୍ଲାକ୍ ବ୍ୟୁଟି ନାଁରେ ମଧ୍ୟ ଜଣା । ଅଧ୍ୟୟନରୁ ଜଣା ପଡିଛି , ଜିର୍କନ୍ରୁ ପାଣିରେ ଭରପୂର ଭୂରସାୟନ ମିଳିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଆରମ୍ଭରୁ ମଙ୍ଗଳ ଗ୍ରହରେ ଜ୍ୱାଳାମୁଖୀ ଗତିବିଧି ହେଉଥିଲା । ସେତେବେଳେ ଏହି ଗ୍ରହରେ ବେଶ୍ ମାତ୍ରାରେ ପାଣି ଥିଲା । ଏହି ଆବିଷ୍କାର ମଙ୍ଗଳର ହାଇଡ୍ରୋଥର୍ମାଲ ସିଷ୍ଟମକୁ ବୁଝିବାରେ ସହାୟକ ହେବ । ଏଥିସହ ଗ୍ରହରେ ସେତେବେଳେ ଜୀବନ ତିଷ୍ଠିବା ଭଳି ସ୍ଥିତି ବାବଦରେ ମଧ୍ୟ ଜଣାପଡ଼ିବ । ହାଇଡ୍ରୋଥର୍ମାଲ ସିଷ୍ଟମ ପୃଥିବୀରେ ଜୀବନର ବିକାଶ ପାଇଁ ଜରୁରି ଥିଲା । ଅଧ୍ୟୟନ ଅନୁସାରେ, ମଙ୍ଗଳରେ ବି ପାଣି ଥିଲା ଯାହା କି କ୍ରଷ୍ଟ ନିର୍ମାଣରେ ପ୍ରାରମ୍ଭିକ ଇତିହାସରେ ଏହି ଗ୍ରହକୁ ରହିବା ଯୋଗ୍ୟ ଭଳ ବାତାବରଣ ବନାଇବାରେ ପ୍ରମୁଖ କାରକ ଥିଲା ।