ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମାରୁତି ମିଡ଼ିଆ ପକ୍ଷରୁ ଦୁଇ ଦିନିଆ କୃଷି ନିବେଶକ ସମ୍ମିଳନୀ ; କୃଷି କ୍ଷେତ୍ରରେ ନିବେଶ ପାଇଁ ଯୁବ ଉଦ୍ୟୋଗୀ ଆଗେଇ ଆସନ୍ତୁ

Published By : Gurupada Nath | March 11, 2025 9:06 PM

ଭୁବନେଶ୍ୱର, ୧୧/୩ : ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ପାଇଁ ବ୍ୟାପକ ସୁଯୋଗ ରହିଛି। ଯୁଗ ଉଦ୍ୟୋଗୀମାନେ ଏହି ସୁଯୋଗର ଫାଇଦା ଉଠାଇ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଆଗେଇ ଆସନ୍ତୁ। ଗଣମାଧ୍ୟମ ଅନୁଷ୍ଠାନ ମାରୁତି ମିଡିଆ ପକ୍ଷରୁ ଏଠାରେ ଆୟୋଜିତ ଦୁଇ ଦିନିଆ କୃଷି ନିବେଶକ ସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଏବଂ କୃଷି ବିଶାରଦମାନେ ଏହି ଆହ୍ୱାନ ଦେଇଛନ୍ତି।

ଉତ୍କଳ ଶିଳ୍ପ ବଣିକ ସଂଘ ୟୁସିସିଆଇଏଲ୍ ସହଭାଗିତାରେ ମାରୁତି ମିଡିଆ ପକ୍ଷରୁ ମାର୍ଚ୍ଚ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଆୟୋଜନ କରାଯାଇଥିବା ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ କୃଷି ଉଦ୍ୟୋଗୀ, କୃଷି କ୍ଷେତ୍ରର ବିଶେଷଜ୍ଞ ଏବଂ ବିଶିଷ୍ଟ ଶିଳ୍ପୋଦ୍ୟୋଗୀମାନେ ଯୋଗ ଦେଇଥିଲେ। ୟୁସିସିଆଇଏଲ୍ ସମ୍ମିଳନୀ କକ୍ଷରେ ମୋଟ୍ ୭ଟି ଅଧିବେଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ସିଆଇଆଇ ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ମହାନ୍ତି ମୁଖ୍ୟ ଅତିଥି ଏବଂ ଫିକ୍କି ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ପଙ୍କଜ ସତିଜା ଓ ପାରାଦୀପ ଫସଫେଟସ୍ ଲିମିଟେଡର କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମାରୁତି ମିଡିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟି ସ୍ବାଗତ ଅଭିଭାଷଣ, ସମ୍ପାଦକ ଦିଲୀପ ମିଶ୍ର ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ମାରୁତି ମିଡିଆର ଅନ୍ୟତମ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସେହିଭଳି ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଉଦଯାପନୀ ଉତ୍ସବରେ ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ୟୁସିସିଆଇଏଲ୍ ଉପସଭାପତି ମୂରଲୀ ଜାମୁଲା, ସୋଆ ବିଶ୍ବବିଦ୍ୟାଳୟ କୃଷି ବିଜ୍ଞାନ ପ୍ରତିଷ୍ଠାନର ପରାମର୍ଶଦାତା ପ୍ରଫେସର ବିଜୟ ସାହୁ, ଏବଂ କୃଷି ଉଦ୍ୟୋଗୀ ଶରତ ମେହେର ଓ ବିବୁଧେନ୍ଦୁ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ। ୟୁସିସିଆଇଏଲ୍ ମହିଳା ଶାଖା ସଭାପତି ପ୍ରଣତି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ମାରୁତି ମିଡିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟି ଦୁଇ ଦିନର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ସୁଶ୍ରୀ ଶ୍ରୀମୟା ରଥ ସଂଯୋଜନା କରିଥିଲେ। ରାଜୀବ ରଥ ଓ ସୁଶ୍ରୀ ମାନସୀ ଲାବଣ୍ୟବତୀ ସହଯୋଗ କରିଥିଲେ। ଏହି ଅବସରରେ ସମ୍ମିଳନୀରେ ଯୋଗ ଦେଇଥିବା କୃଷି ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ଏହି ସମ୍ମିଳନୀର ନଲେଜ ପାର୍ଟନର ଭାବେ ସହଯୋଗ କରିଥିଲେ। ସେଞ୍ଚୁରିୟନ ଓ ସୋଆ ବିଶ୍ବବିଦ୍ୟାଳୟର କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.