• ତେଲେଙ୍ଗାନାରେ ଏକ ଗାଁରେ ୩୦୦ଟି ବୁଲା କୁକୁରଙ୍କୁ ହତ୍ୟା
  • ସରପଞ୍ଚଙ୍କ ନାଁରେ ଏଫଆଇଆର
  • ରାଜ୍ୟରେ କୁକୁରଙ୍କୁ ହତ୍ୟା ସଂଖ୍ୟା ପହଞ୍ଚିଛି ୯୦୦ରେ

ହାଇଦ୍ରାବାଦ : ତେଲେଙ୍ଗାନାରେ ଅଭିଯୋଗ ମୁତାବିକ କୁକୁରଙ୍କୁ ମାରିବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ପଶୁ ଅଧିକାରୀ କାର୍ଯ୍ୟକର୍ତ୍ତାଙ୍କ ଦାବି ଯେ, ଜଗିତ୍ୟାଲ ଜିଲ୍ଲାରେ ପ୍ରାୟ ୩୦୦ କୁକୁରଙ୍କୁ ମାରି ଦିଆ ଯାଇଛି। କାର୍ଯ୍ୟକର୍ତ୍ତାମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସଦ୍ୟ ଘଟଣା ପରେ ରାଜ୍ୟରେ ଏବେସୁଦ୍ଧା ଏହିପରି ଘଟଣାରେ ମରିଥିବା କୁକୁରଙ୍କ ସଂଖ୍ୟା ୯୦୦ରେ ପହଞ୍ଚି ଯାଇଛି।

ଅଭିଯୋଗ ଯେ, କୁକୁରଙ୍କୁ ମାରିବାର ଏହି କାର୍ଯ୍ୟ ସରପଞ୍ଚଙ୍କ ସମେତ କିଛି ନିର୍ବାଚିତ ଜନପ୍ରତିନିଧିଙ୍କ ଇଙ୍ଗିତରେ କରାଯାଇ ଥିଲା। କୁହାଯାଉଛି ଯେ, ଡିସେମ୍ୱରରେ ହୋଇଥିବା ଗ୍ରାମ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କୁ ଦିଆଯାଇ ଥିବା ପ୍ରତିଶ୍ରୁତି ଅନୁସାରେ ବୁଲା କୁକୁରଙ୍କ ସମସ୍ୟାରୁ ବର୍ତ୍ତିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସଦ୍ୟ ମାମଲା ୨୨ ଜାନୁଆରୀରେ ପେଗାଡାପଲ୍ଲି ଗାଁରୁ ସାମ୍ନାକୁ ଆସିଥିଲା, ଯେଉଁଠି ଅଭିଯୋଗ ରୁଜୁ କରାଯାଇଛି ଯେ, ୩୦୦ ବୁଲା କୁକୁରଙ୍କୁ ବିଷାକ୍ତ ଇଜେକ୍ସନ ଦେଇ ମାରି ଦିଆ ଯାଇଥିଲା।

ଗୋ-ମାଫିଆଙ୍କ ପୁଳାପୁଳା ଟଙ୍କା: ୯୧ ଆକାଉଣ୍ଟରୁ ସାଢ଼େ ୪ କୋଟି ଟଙ୍କା ଜବତ

ଅଭିଯୋଗରେ ଗାଁର ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ସଚିବଙ୍କୁ ଏହି ଜଘନ୍ୟ କାର୍ଯ୍ୟ ପାଇଁ ଦାୟୀ କରାଯାଇଛି। ଅଭିଯୋଗ କରାଯାଇଛି ଯେ, ସରପଞ୍ଚ ବୁଲା କୁକୁରଙ୍କୁ ମାରିବା ପାଇଁ କିଛି ଲୋକଙ୍କୁ ଏହି କାମ ପ୍ରଦାନ କରିଥିଲେ। ପୁଲିସ ଶନିବାର କହିଛି ଯେ, ଅଭିଯୋଗ ଆଧାରରେ ଉଭୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ସମ୍ୱନ୍ଧିତ ଧାରା ଓ ପଶୁ କ୍ରୁରତା ନିବାରଣ ଅଧିନିୟମ ଅନୁସାରେ ଏଫଆଇଆର ରୁଜୁ କରାଯାଇଛି।

ଜାନୁଆରୀରେ ରାଜ୍ୟରେ ବୁଲା କୁକୁରଙ୍କୁ ମାରିବାର ଅନେକ ଘଟଣା ସାମ୍ନାକୁ ଆସିଛି। ପଶୁ ଅଧିକାର କର୍ମୀଙ୍କ ପକ୍ଷରୁ ରୁଜୁ କରାଯାଇ ଥିବା ଅନ୍ୟ ଏକ ଅଭିଯୋଗ ଅନୁସାରେ , ୧୯ ଜାନୁଆରୀରେ ହାଇଦ୍ରାବାଦ ନିକଟରେ ଆଚାରମ୍ ଗାଁରେ ୧୦୦ କୁକୁରଙ୍କୁ ଅଭିଯୋଗ ଆଧାରରେ ବିଷ ଦେଇ ମାରି ଦିଆଯାଇ ଥିଲା, ହେଲେ ତତ୍କାଳ ଘଟଣା ସ୍ଥଳରୁ ୫୦ଟି ମୃତ କୁକୁର ଉଦ୍ଧାର ହୋଇଥିଲେ।