ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Heathrow airport: ପାୱାର ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ; ହିଥ୍ରୀ ବିମାନ ବନ୍ଦରକୁ ବନ୍ଦ କଲେ କତ୍ତୃପକ୍ଷ

Published By : Bijay Swain | March 21, 2025 11:13 PM

Internet

ନୂଆଦିଲ୍ଲୀ: ବ୍ରିଟେନର ଅନ୍ୟତମ ପ୍ରମୁଖ ବିମାନ ବନ୍ଦର ମଧ୍ୟରେ ଥିବା ହିଥ୍ରୀ ବିମାନ ବନ୍ଦର ଆଜି ବନ୍ଦ ରହିଛି। ନିକଟରେ ଥିବା ଏକ ପାୱାର ଷ୍ଟେସନରେ ଭୟଙ୍କର ନିଆଁ ଲାଗିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରକୁ ବନ୍ଦ କରାଯାଇଛି। ପଶ୍ଚିମ ଲଣ୍ଡନର ଏହି ପ୍ରମୁଖ ପାୱାର ଷ୍ଟେସନରେ ନିଆଁ ଲାଗିବା ପରେ ଏହାର ଆଖପାଖ ଅଞ୍ଚଳରେ ଥିବା ହଜାରହଜାର ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳିଛି। 

ଏ ସମ୍ପର୍କରେ ବିମାନ ବନ୍ଦର କତ୍ତୃପକ୍ଷ ସୂଚନା ଜାରି କରି କହିଛନ୍ତି ଯେ “ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେ ଶୁକ୍ରବାର ବିମାନବନ୍ଦର ବନ୍ଦ କରିଛୁ। ଏହାଛଡା ଆମ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ଏଣୁ ବିମାନରେ ଯାତ୍ରା କରି ଗନ୍ତବ୍ୟସ୍ଥଳକୁ ଯାଉଥିବା ଯାତ୍ରୀମାନେ ଅନ୍ୟ ବିକଳ୍ପ ବାଛନ୍ତୁ।”

ଲଣ୍ଡନ ଅଗ୍ନିଶମ ବିଭାଗ ସୂଚନା ଦେଇ କହିଛି ଯେ ୧୦ଟି ଫାୟାର ଇଞ୍ଜିନ ଓ ୭୦ ଜଣ ଅଗ୍ନିଶମ କର୍ମଚାରୀ ମିଶି ନିଆଁକୁ ଆୟତ କରିଥିଲେ। ଲାଗିଥିବା ନିଆଁ ଏତେ ଭଯଙ୍କର ଥିଲା ଯେ ଅନେକ ଦୁରରୁ ଏହାର ଧୂଆଁ ଦେଖାଯାଉଥିଲା। ଯାହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। 

ଏହି ଦୁର୍ଘଟଣା ଘଟିବା ପରେ ଲଣ୍ଡନରେ ଥିବା ୧୬,୩୦୦ରୁ ଅଧିକ ଘରେ ବିଦ୍ୟୁତ ଯୋଗାଣରେ ବାଧା ଉପୁଜିଛି ବୋଲି ବିଦ୍ୟୁତ ବିଭାଗ ଖବର ପ୍ରଦାନ କରିଛି। ଗୁରୁବାର ଦିନ ରାତ୍ରି ପାଖାପାଖି ୧୧ଟା ୨୩ ମିନିଟରେ ଏହି ନିଆଁ ଲାଗିଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି। ତେବେ ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ୨୧ ମାର୍ଚ୍ଚ ରାତି ୧୧ଟା ୫୯ ମିନିଟ ଯାଏଁ ବିମାନ ବନ୍ଦର ବନ୍ଦ ରହିବ ବୋଲି ବିମାନ ବନ୍ଦର କତ୍ତୃପକ୍ଷ ଘୋଷଣା କରିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ ହିଥ୍ରୋ ବିମାନ ବନ୍ଦର ଦୁନିଆର ସବୁଠୁ ବ୍ୟସ୍ତବହୁଳ ବିମାନ ବନ୍ଦର ଭିତକରୁ ଅନ୍ୟତମ। ଗତ ବର୍ଷ ମୋଟ୍ ୫ କୋଟିରୁ ଅଧିକ ଯାତ୍ରୀ ଏହି ବିମାନ ବନ୍ଦର ଦେଇ ଯାତ୍ରା କରିଥିବା ନେଇ ସୂଚନା ରହିଛି। ତେବେ ଆଜି ବିମାନ ବନ୍ଦର ବନ୍ଦ ରହିବାରୁ ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.