ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଝି ରାସ୍ତାରେ ଜଳିଗଲା ବିଏମ୍‌ସି ସଫେଇ ଗାଡ଼ି, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ଟିମ୍

Published By : Prameya | January 14, 2025 11:28 AM

ଭୁବନେଶ୍ୱର ୧୪/୦୧: ଚନ୍ଦ୍ରଶେଖରପୁରରେ ଅଘଟଣ। ଡମଣା ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବିଏମ୍‌ସି ସଫେଇ ଗାଡ଼ି। ରାସ୍ତାରୁ ବାଲି ସଫା ବେଳେ ଲାଗିଲା ନିଆଁ। ପୋଡି ପାଉଁଶ ହୋଇଗଲା ସଂପୂର୍ଣ୍ଣ ଗାଡ଼ି । ୧୫ ଫୁଟ ଉପରକୁ ଉଠିଲା କଳାଧୂଆଁ। ମୋବିଲ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।  ସଫେଇ ଗାଡ଼ିକୁ ଫୋମ ସାହାର୍ଯ୍ୟରେ ନିଆଁ ଲିଭିଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଫଳରେ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। 


ସୂଚନା ଅନୁଯାଇ, ମଙ୍ଗଳବାର ଦିନ  ପ୍ରାୟ ୧୧ଟା ବେଳେ ବିଏମ୍‌ସିର ଏକ ସଫେଇ ଗାଡ଼ି ରାସ୍ତାକୁ କଡ଼ରୁ ବାଲି ସଫା କରୁଥିଲେ। ସେହି ସମୟରେ ସଫେଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସଂପୂର୍ଣ୍ଣ ଗାଡ଼ିକୁ ଗ୍ରାସ କରି ନେଇଥିଲା। ନିଆଁ ଲାଗିଥିବା ଦେଖି ଗାଡ଼ି ଚାଳକ ଏବଂ ସଫେଇ କର୍ମଚାରୀ ଗାଡିରୁ ଡ଼େଇଁପଡ଼ି ବାହାରକୁ ଚାଲି ଆସିଥିଲେ। ସ୍ଥାନୀୟଲୋକ ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ପ୍ରଥମେ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଗାଡ଼ିକୁ ଫୋମ୍ ଏବଂ ପାଣି ମାଡ଼ କରିଥିଲେ। ତଥା ନିଆଁ ଆୟତ୍ତକୁ ଆସିନଥିଲା। ପରେ ଆଉ ଏକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ସେତେ ବେଳେ ସଫେଇ ଗାଡ଼ିରୁ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଯାଇଥିଲା। ତେବେ ସଫେଇ ଗାଡ଼ିରେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଛି ତାହ ଜଣାପଡିନାହିଁ। ଗାଡ଼ିରେ ମେଣ୍ଟେନାନ୍ସ ଅଭାବ କିମ୍ବା ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଜୟଦେବ ବିହାରରୁ ଡମଣା ଆଡକୁ ଏକ ସ୍କୁଟି ଯାଉଥିଲା ।  ସମାନ ଦିଗରେ ୩ଟି କାର ମଧ୍ୟ ନିଜ ଗନ୍ତବ୍ୟସ୍ଥଳକୁ  ଯାଉଥିଲେ । ଡମଣା ଛକ ନିକଟ କଲ୍ୟାଣ ମଣ୍ଡପ  ସାମ୍ନାରେ ଏକ ଗାଡ଼ି ଆସିଯିବାରୁ ସ୍କୁଟି ଚାଳକ ବ୍ରେକ୍‌  ମାରି ଦେଇଥିଲେ । ଫଳରେ ପଛରୁ ଆସୁଥିବା କାର୍‌ ଚାଳକ  ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ୍‌  ମାରିଥିଲେ । ଏହିପରି ତିନୋଟି କାର୍‌ ପଛକୁ  ପଛ ପିଟି ହୋଇଥିଲେ । ଯେଉଁଥିରେ ପଛ  ଦୁଇଟି କାରର ବନେଟ୍‌ ଭାଙ୍ଗି ଯାଇଥିଲା ।  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା  ଦେଖା ଦେଇଥିଲା । ପଛକୁ ପଛ ଗାଡ଼ି  ଜାମ୍‌ ହୋଇ ଯାଇଥିଲା । କିଛି ସମୟ ପାଇଁ ଏହି ରୁଟରେ  ଯିବା ଆସିବା ଠପ୍‌ ହୋଇଯାଇଥିଲା । ଦୁର୍ଘଟଣାରେ କେହି  ଆହତ ହୋଇନଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.