ପ୍ରମୂଖ ଖବର
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମାତା ବୈଷ୍ଣୋଦେବୀ ମନ୍ଦିରରେ ଭକ୍ତ ତିଆରି କଲେ ଅଦ୍ଭୁତ କୀର୍ତ୍ତିମାନ, ସୁନା-ରୂପା ଓ ନଗଦ ଟଙ୍କା ଦାନ ଦେବାରେ ଭାଙ୍ଗିଲେ ରେକର୍ଡ

Published By : Prameya | March 16, 2025 6:07 PM

ନୂଆଦିଲ୍ଲୀ,୧୬।୩: କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର  ମା’ବୈଷ୍ଣୋଦେବୀ ମନ୍ଦିର ପ୍ରତିବର୍ଷ ଦାନ ମାମଲାରେ ନୂଆ ରେକର୍ଡ ତିଆରି କରୁଛି। କୋଭିଡ-୧୯ ମହାମାରୀ ପ୍ରଭାବରୁ ମୁକ୍ତି ପାଇବା ପରେ ମନ୍ଦିରକୁ ମିଳିଥିବା ଦାନରେ ଜୋରଦାର ବୃଦ୍ଧି ହୋଇଛି। ଗତ ୫ ବର୍ଷ ହେବ ମନ୍ଦିରକୁ ମିଳୁଥିବା ଦାନ ୧୭୧.୯୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି।  ଯାହାକି ୨୦୨୦-୨୧ ରେ ମାତ୍ର ୬୩.୮୫ କୋଟି ଥିଲା। ନା କେବଳ ନଗଦ ଚଢାଯାଇଛି, ବଂର ସୁନା ଓ ରୁପାର ଦାନରେ ମଧ୍ୟ ଐତିହାସିକ ବୃଦ୍ଧି ଘଟିଛି।

ମା ବୈଷ୍ଣୋଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦାନ କରାଯାଇଥିବା ଆର୍ଥିକ ବର୍ଷ ୨୦୨୪-୨୫(ଜାନୁଆରୀ ପର୍ଯ୍ୟନ୍ତ)ବଢି ୧୭୧.୯୦ କୋଟି ହୋଇଯାଇଛି। ଏହ ୨୦୨୦-୨୧ ରେ କେବଳ ୬୩.୮୫ କୋଟି ଥିଲା। ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ଏହି ସୂଚନା ଏକ ଆରଟିଆଇ ଆବେଦନର ଜବାବ୍‌ରେ ଦେଇଛନ୍ତି।

ଶ୍ରାଇନ୍ ବୋର୍ଡର କହିବା ଅନୁସାରେ, ୨୦୨୦-୨୧ ରେ ୯.୦୭ କିଲୋଗ୍ରାମ ଥିଲା, ଯାହାକି ୨୦୨୪-୨୫ (ଜାନୁଆରୀ ପର୍ଯ୍ୟନ୍ତ) ଆଢଇଖଇ ୨୭.୭୧ କିଲୋଗ୍ରାମ୍‌ ହୋଇଯାଇଛି। ସେଭଳି ରୁପା ଦାନ ମଧ୍ୟ ୭୫୩.୬୩ କିଲୋଗ୍ରାମ (୨୦୨୦-୨୧)ରୁ ବଢି ୩,୪୨୪.୫୩ କିଲୋଗ୍ରାମ୍ (୨୦୨୪-୨୫) ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। କୋଭିଡ୍-୧୯ କାରଣରୁ ୨୦୨୦ ରେ ଯେତେବେଳେ ମନ୍ଦିର ପ୍ରଥମ ଥର ପାଞ୍ଚ ମାସ ପାଇଁ ବନ୍ଦ ହୋଇଥିଲା, ସେତେବେଳେ କେବଳ ୧୭.୨୦ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିର ପହଁଞ୍ଚିଥିଲେ,ଯାହାକି ତିନି ଦଶକ ହେବ ସବୁଠାରୁ କମ୍ ସଂଖ୍ୟା ଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.