ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବର୍ଷା ସାଜିଲା ବାଧକ, ଆଇପିଏଲ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଲା ହାଇଦ୍ରାବାଦ

Published By : Tapas Panda | May 5, 2025 11:26 PM

Image Courtesy: indiatv

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ ୨୦୨୫ର ୫୫ତମ ମ୍ୟାଚ୍ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୋଇଛି । ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ଅଧିନାୟକ ପାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଦିଲ୍ଲୀ ପକ୍ଷରୁ ଟ୍ରିଷ୍ଟାନ ଷ୍ଟବସ୍ ଏବଂ ଆଶୁତୋଷ ଶର୍ମା ୪୧-୪୧ ରନ କରିଥିଲେ। 

ପ୍ରଥମ ଇନିଂସ ଶେଷ ହେବା ମାତ୍ରେ ହାଇଦ୍ରାବାଦରେ ବର୍ଷା ଆରମ୍ଭ ହୋଇଥିଲା । ଏହି ବର୍ଷା ବହୁତ ସମୟ ପରେ ବନ୍ଦ ହୋଇଥିଲା । ଗ୍ରାଉଣ୍ଡ ଷ୍ଟାଫ୍ ମ୍ୟାଚ୍ ଆରମ୍ଭ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ସଫଳ ହୋଇପାରିଲେ ନାହିଁ। ମ୍ୟାଚ୍ ବାତିଲ ହେବା ଯୋଗୁଁ ଦୁଇ ଦଳ ମଧ୍ୟରେ ୧-୧ ପଏଣ୍ଟ ବାଣ୍ଟି ଦିଆଯାଇଥିଲା। ଏହା ସହିତ ହାଇଦ୍ରାବାଦ ଦଳ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ପ୍ରଥମେ ବୋଲିଂ କରି ଦିଲ୍ଲୀକୁ ନାକେଦମ କରିଥିବା ହାଇଦ୍ରାବାଦ ଆଜିର ମ୍ୟାଚ ଜିତିବ ନେଇ ସମ୍ଭାବନା ଅଧିକ ଥିଲା । କିନ୍ତୁ ବର୍ଷା ସାଜିଲା ବାଧକ ଏବଂ ପ୍ଲେଅଫ୍‌ରୁ ବାଦ ପଡ଼ିଲା ଏସଆରଏଚ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.