କେନ୍ଦୁଝର,୩୦/୧୧: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା । ଚିକିତ୍ସା ଅବହେଳାକୁ ଦାୟୀ କଲେ ପରିବାର ଲୋକ । ସୂଚନା ମୁତାବକ, ଗତକାଲି ସକାଳ ତୁରୁମୁଙ୍ଗାର ପିଙ୍କି ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସଂଧ୍ୟାରେ ଅପରେସନ ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ପରେ ରାତି ୧୨ଟା ବେଳକୁ ତାଙ୍କର ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଇଥିଲା। ସେତେବେଳେ ନର୍ସ ଡାକ୍ତରଙ୍କୁ ବାରମ୍ୱାର ଯୋଗାଯୋଗ କରିଥିଲେ ବି ଡାକ୍ତର ନ ଆସିବାରୁ ନର୍ସ ଏକ ଇଞ୍ଜେକ୍ସନ ଦେଇଥିଲେ। ଯାହାପରେ ରାତି ୨ ଟାରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ବେଳେ ନର୍ସ ତାଙ୍କୁ ଏକ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ହେଲେ ସେଥିରେ ଡାକ୍ତରଙ୍କ ଦସ୍ତଖତ ନଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଡ଼ାକ୍ତର ନ ଆସିବା ଯାଏଁ ମୃତଦେହ ସେଠାରେ ପଡି ରଖିବା ନେଇ ପରିବାର ଲୋକ ଜିଦ୍ ଧରି ବସିଛନ୍ତି ।