ଭୁବନେଶ୍ବର, ୧୦। ୭ : ସିବିଆଇ ଜାଲରେ ସୁନ୍ଦରଗଡସ୍ଥିତ ମହାନଦୀ କୋଲ ଫିଲ୍ଡ (ଏମସିଏଲ) ଚିଫ ମ୍ୟାନେଜର ଅଖିଳେଶ କୁମାର ବର୍ମା । ଲାଞ୍ଚ ନେବା ବେଳେ ମାଡି ବସିଲା ସିବିଆଇ। ଜଣେ ବିସ୍ଥାପିତଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଜଣେ ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ବାବଦକୁ ୧୧ ୩୭,୫୯୫ ଟଙ୍କା ଦେବା ପାଇଁ ଚିଫ ମ୍ୟାନେଜର ଅଖିଲେଶ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ବିସ୍ଥାପିତ ଜଣକ ୨୦ ହଜାର ଟଙ୍କା ଦେବେ ବୋଲି କହିଥିଲେ। ପରବର୍ତ୍ତି ସମୟରେ ଏ ନେଇ ସେ ସିବିଆଇରେ ଜଣାଇଥିଲେ। ଯୋଜନା ମୁତାବକ ଅଖିଲେଶ ବିସ୍ଥାପିତଙ୍କ ଠାରୁ ଟଙ୍କା ନେଉଥିବା ବେଳେ ସିବିଆଇ ଟିମ୍ ମାଡି ବସିଥିଲା।