ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ପ୍ରଥମେ ପ୍ରମାଣ ଦିଅ, ତାପରେ ଗମ୍ଭୀର ଆରୋପ ଲଗାଇବ’ ‘ଟ୍ରୁଡୋଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କଡା ଜବାବ...

Published By : Ladu Kishor | October 17, 2024 6:17 PM

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ବିରୋଧରେ ଭାରତ ଦୃଢ ବିରୋଧ କରିଛି। ଯେଉଁଥିପାଇଁ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ସେପ୍ଟେମ୍ବର ୨୦୨୩ ପରେ କାନାଡା ସରକାର ଭାରତ ସହ କୌଣସି ସୂଚନା ସେୟାର କରିନାହାଁନ୍ତି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ,"କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗୁରୁତର ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି ସୂଚନା ସେୟାର କରାଯାଇ ନାହିଁ । ଗତକାଲି ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ମଧ୍ୟ ସମାନ ପ୍ରମାଣିତ ହୋଇଛି । ଆମେ ତାଙ୍କର ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛୁ । ଆମର କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ । ଆଉ ଏହାକୁ ଧ୍ୟାନରେ ରଖି ଆମେ ଆମର କୂଟନୀତିଜ୍ଞଙ୍କୁ ଭାରତକୁ ଫେରାଇ ଆଣିଲୁ । ଭାରତ ଏବଂ କାନାଡା ମଧ୍ୟରେ ଅନେକ ପ୍ରକାରର ସମ୍ପର୍କ ଅଛି । ଆମର ଅନେକ ଛାତ୍ର ମଧ୍ୟ ସେଠାକୁ ଅଧ୍ୟୟନ କରିବାକୁ ଯାଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, "କାନାଡା ସରକାରଙ୍କୁ ୨୬ ଜଣଙ୍କୁ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ପଠାଯାଇଛି । ଏହା ବ୍ୟତୀତ ଗୁରୁଜିତ ସିଂ,ଗୁରୁନ୍ଦର ସିଂ,ଗୁରୁପ୍ରୀତ ସିଂ,ଲଖବୀର ସିଂ ଲଣ୍ଡା ଏବଂ ଅର୍ଶଦୀପ ସିଂହ ଗିଲ୍‌ଙ୍କ ସମେତ ଆଉ କିଛି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା। ଆମର ଦାବି ଅନୁଯାୟୀ କାନାଡା ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି ଏବଂ ଏହା ଅତ୍ୟନ୍ତ ଗୁରୁତର ବୋଲି ସେ କହିଛନ୍ତି।

ସୂଚନାଥାଉକି, ବୁଧବାର ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟା ସମ୍ପର୍କରେ ତାଙ୍କ ସରକାର ଭାରତକୁ ପ୍ରକୃତ ପ୍ରମାଣ ଦେଇନାହାଁନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.