ସଇଁତଳା, ୦୧/୦୬: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ୍ ଔଷଧ ଫିଙ୍ଗିବା ଘଟଣାରେ ତଦନ୍ତ ଆରମ୍ଭ । ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ସିଡିଏମଓଙ୍କ ନିର୍ଦ୍ଦେଶ  ପରେ ଏଡିଏମ୍ଓ ସୁଧା ବର୍ଲା, ବୁଡ଼ବାହାଲ ପିଏଚସି ଡାକ୍ତର ଚିନ୍ତାମଣି ରଣା ପ୍ରମୁଖ ସମରା ସ୍ବାସ୍ଥ୍ୟ ଓ ଆରେଗ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ସୂଚନା ଅନୁଯାୟୀ, ୩ ଦିନ ତଳେ ସ୍ୱାସ୍ଥ୍ୟ ବିଭାଗର କେନ୍ଦ୍ରୀୟ ଟିମ୍‌ର ସଇଁତଳା ବକ୍‌ଲର ବିଭିନ୍ନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ ପାଇଁ ଯୋଜନା ହୋଇଥିଲା । ତେଣୁ ଆରୋଗ୍ୟ କେନ୍ଦ୍ର ଗୁଡ଼ିକୁ ସଫା ସୁତୁରା କରାଯାଇଥିଲା । ଏହି ସମୟରେ ବିଭିନ୍ନ ଔଷଧ, ସିରଫ, ବଟିକା ଗୁଡିକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ କର୍ତ୍ତୃପକ୍ଷ । ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏନେଇ ପ୍ରମେୟରେ ଖବର ପ୍ରକାଶ ପାଇଥିଲା । ଏହାପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପର ଦେଖିବାକୁ ମିଳିଛି । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସଇଁତଳା ସିଡିଏମଓ ।  ଆଜି ଏଡିଏମଓ ସୁଧା ବର୍ଲା , ବୁଡବାହାଲ ପିଏଚସିଡ ଚିନ୍ତାମଣି ରଣା ପ୍ରମୁଖ ସମରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।