ନୂଆଦିଲ୍ଲୀ,୨୪/୦୨:ଉତ୍ତରପ୍ରଦେଶର ମିରଟରେ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ।ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଦୁର୍ଘଟଣାର କାରଣ ସର୍ଟ ସର୍କିଟ୍ ବୋଲି ଜଣାପଡିଛି।

ଲିସାଡି ଗେଟ୍ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ ନଗରରେ ଏକ ଦୁଇ ମହଲା କୋଠାର ତଳ ମହଲାରେ ଏକ ପୋଷାକ ଗୋଦାମ ଚାଲୁଥିଲା। ରିପୋର୍ଟ ଅନୁଯାୟୀ, ସୋମବାର ରାତିରେ ଗୋଦାମରୁ ହଠାତ୍ ନିଆଁ ବାହାରିଥିଲା। ନିଆଁ ଶୀଘ୍ର ଉପର ମହଲାକୁ ବ୍ୟାପି ଯାଇଥିଲା। ସେହି ସମୟରେ ଘର ଭିତରେ ଦୁଇଜଣ ମହିଳା ଏବଂ ତାଙ୍କର ପାଞ୍ଚ ଜଣ ପିଲା ଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ପୁଲିସ ଏବଂ ଅଗ୍ନିଶମବାହିନୀକୁ ଖବର ପାଇ ଘଟଣାସ୍ତଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକ ଆବାସିକ ଅଞ୍ଚଳରେ ଏକ ବେଆଇନ ପୋଷାକ ଗୋଦାମ ଚାଲୁଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଥିଲା।

ଆହୁରି ପଢନ୍ତୁ-ଶିଶୁକୁ ବଞ୍ଚାଇବାକୁ ଆନ୍ଧ୍ର-ତେଲଙ୍ଗାନା ଏକାଠି, ଇଞ୍ଜେକ୍ସନ୍ ପାଇଁ ଦରକାର ୧୬ କୋଟି​​​​​​​

ଏସପି ସିଟି ଆୟୁଷ ବିକ୍ରମ ସିଂହଙ୍କ ଅନୁଯାୟୀ, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ପ୍ରାଥମିକ ପ୍ରମାଣ ସର୍ଟ ସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ କୋଠାରେ ବାଣିଜ୍ୟିକ କାର୍ଯ୍ୟକଳାପହେବାର ସମ୍ଭାବନା ଉପରେ ମଧ୍ୟ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଆବାସିକ ଅଞ୍ଚଳରେ ଚାଲିଥିବା ଏପରି ବେଆଇନ ଗୋଦାମ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସ୍ଥାନୀୟ ବାସିନ୍ଦା ସମାଲୋଚନା କରିଛନ୍ତି ।