ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲା ଇ-କମର୍ସ ପ୍ଲାଟଫର୍ମ Meesho

Published By : Tapas Panda | October 11, 2024 11:37 PM

Image Courtesy: economictimes

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ମିଶୋ (Meesho) ନିଜର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । କର୍ମଚାରୀଙ୍କୁ ‘ରିସେଟ୍‌ ଏବଂ ରିଚାର୍ଜ’ ଛୁଟି ଦେବାକୁ ଘୋଷଣା କରିଛି କମ୍ପାନି । ଆଉ କମ୍ପାନିର ଏହି ନିଷ୍ପତ୍ତିକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କମ୍ପାନୀକୁ ଭୂୟସୀ ପ୍ରଶଂସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଦୀପାବଳି ଲାଗି ମିଶୋ ନିଜ କର୍ମଚାରୀଙ୍କୁ ଅକ୍ଟୋବର ୨୬ରୁ ନଭେମ୍ବର ୬ ପର୍ଯ୍ୟନ୍ତ ମୋଟ ୯ ଦିନ ଛୁଟି ଦେବାକୁ ଘୋଷଣା କରିଛି । 

ଲଗାତାର ଚତୁର୍ଥ ଥର ଲାଗି କମ୍ପାନି ନିଜର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ରୂପେ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି । ଛୁଟି ସମୟରେ କର୍ମଚାରୀଙ୍କୁ କୌଣସି ବୈଠକ, ଇମେଲ୍‌ ଆଦି କରିବାକୁ ପଡ଼ିବ ନାହିଁ । ଲିଙ୍କଡଇନ୍‌ରେ ମିଶୋ ପକ୍ଷରୁ କୁହାଯାଇଛି ଯେ, ‘୯ ଦିନ ଯାଏଁ ଲ୍ୟାପଟପ୍‌, ମେସେଜ୍‌, ଇେମଲ୍‌ କିମ୍ବା କୌଣସି କମ୍ପାନି ସମ୍ବନ୍ଧୀୟ କାମ କରିବାକୁ ପଡ଼ିବ ନାହିଁ । ଆମେ ଲଗାତାର ଚତୁର୍ଥ ଥର ଲାଗି ଲାଗି ଅକ୍ଟୋବର ୨୬ରୁ ନଭେମ୍ବର ୩ ଯାଏଁ ୯ ଦିନିଆ ରିସେଟ ଏବଂ ରିଚାର୍ଜ ବ୍ରେକ୍‌ ଦେବାକୁ ଯାଉଛୁ ।’ 

୨୦୨୪ରେ ବହୁତ ଭଲ ବ୍ୟବସାୟ କରିଥିବା ମିଶୋ ନିଜର କର୍ମଚାରୀଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ସେପଟେ କମ୍ପାନିର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳିଛି । ଜଣେ ୟୁଜର ଲେଖିଛନ୍ତି, କମ୍ପାନିର ଏଭଳି ପଦକ୍ଷେପକୁ ମୁଁ କିଛି କ୍ଷଣ ଅଟକିଯାଇ ଧନ୍ୟବାଦ ଦେବାକୁ ଚାହୁଁଛି । ଆଉ ଜଣେ ଲେଖିଛନ୍ତି, ବର୍ତ୍ତମାନ ସମୟରେ କୌଣସି କମ୍ପାନି ଏଭଳି ଛୁଟି ଦେଉଛି ଭାବିବା କଷ୍ଟକର । ମିଶୋ ଉଦାହରଣ ସୃଷ୍ଟି କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.