କୋଣାର୍କ, ୨୧/୦୧: ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ବେଛାସେବୀ ସମନ୍ୱୟ ବୈଠକ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସ୍ବେଛାସେବୀମାନେ ମାଘ ସପ୍ତମୀ ପୂର୍ବ ରାତି ଷଷ୍ଠୀ ସଂଧ୍ୟା ୬ଟା ସମୟରୁ ସପ୍ତମୀ ସକାଳ ୭ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ।

ପୁରୀ ଶିକ୍ଷା ବିଭାଗ ଅଧୀନ ସ୍କାଉଟ ଓ ଗାଇଡ଼, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ୟୁଥ ରେଡକ୍ରସ, ଜାତୀୟ ସେବା ଯୋଜନା, ନେହରୁ ଯୁବକେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୩୦୦ ସ୍ବେଛାସେବୀ ଯୋଗଦେଇ ଚନ୍ଦ୍ରଭାଗା ତୀର୍ଥ, ବେଳାଭୂମି, ହଜିଲା ଖୋଜିଲା ମଞ୍ଚ, ସୂର୍ଯ୍ୟମନ୍ଦିର, ନବଗ୍ରହ ମନ୍ଦିର ନିକଟରେ ସେବା ଯୋଗାଇଦେବା ପାଇଁ ନିଷ୍ପତି ହୋଇଛି। ଏହି ବୈଠକରେ କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ,କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡା, ନବୋଦୟ ବିଦ୍ୟାଳୟର ଲକ୍ଷ୍ମିଧର ମଲ୍ଲିକ , କୋଣାର୍କର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।