ହରଭଙ୍ଗା୨୧/୧୧ : ହରଭଙ୍ଗା ବ୍ଲକ ପୁରୁଣା କଟକ ମିନି ଷ୍ଟାଡିଅମ ଠାରେ ମା ଭୈରବୀ ସାଂସ୍କୃତିକ ପରିଷଦ ପକ୍ଷରୁ ଭୈରବୀ କ୍ଲବ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମହିଳା ସମିତି, ମାରୱାଡି ସମାଜର ସହଭାଗିତାରେ ପଞ୍ଚମ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ଅବସରରେ ଏକ ମେଗା ରକ୍ତଦାନ ଶିବିର ଉଦଘାଟିତ ହୋଇ ଯାଇଛି l ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଉକ୍ତ ଅବସରରେ ଲୁଣି ବାହାଲ ଠାରୁ ଏକ ସାଇକେଲ ଶୋଭାଯାତ୍ରl ରକ୍ତଦାନକୁ ନେଇ ସଚେତନତା ରାଲି ଲୁଣି ବାହାଲ ହନୁମାନ ମନ୍ଦିର ଠାରୁ କଲେଜ ଛାତ୍ର ଛାତ୍ରୀ, ଯୁବ ଗୋଷ୍ଠି, ଜନ ସାଧାରଣ ସାମିଲରେ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ପହଂଚି ଥିଲା।ମାଁ ଭୈରବୀଙ୍କୁ ପୂଜାର୍ଚ୍ଚନା କରି ଜିଲ୍ଲାପାଳ ଅନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଉଦଘାଟିତ କରିଥିଲେ l ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲ, ସମ୍ପାଦକ ଅଶୋକ କୁମାର ସେଠୀ, ସମାଜସେବୀ ସୁବାଷ କୁମାର ପ୍ରଧାନ, ରାଜ କୁମାର ଅଗ୍ରୱାଲ ଓ କୈଳାସ ଅଗ୍ରୱାଲ, ଲୁଲୁ ସେଠୀ, ଭୈରବୀ କ୍ଲବ, ମହୋତ୍ସବ କମିଟି ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଉକ୍ତ ରକ୍ତଦାନ ଶିବିରରେ ୧୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୌଦ୍ଧ ରକ୍ତ ଭଣ୍ଡାରର ଟେକନିସିଆନ ଓ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର,କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।