ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ମେଘନାଦ ପାଚେରୀରୁ ସଫା ହେଲା ଶିଉଳି... ଖୁବଶୀଘ୍ର ହେବ ମରାମତି

Published By : Prameya | November 4, 2024 11:51 AM

ପୁରୀ, ୦୪/୧୧ : ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ଘଟଣା। ତତ୍ପରତା ପ୍ରକାଶ କଲା ଜିଲ୍ଲା ପ୍ରଶାସନ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍‌କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ୨ ଜଣ ମିସ୍ତ୍ରୀ ମେଘନାଦ ପାଚେରୀରେ ଫାଟ ହୋଇଥିବା ସ୍ଥାନରେ ଶିଉଳିକୁ ପରିଷ୍କାର କରିଛନ୍ତି। ଗ୍ରାଉଟିଂ କରିବା ପରେ ଖୁବଶୀଘ୍ର ମେଘନାଦ ପାଚେରୀର ରକ୍ଷଣାବେକ୍ଷଣ କରାଯିବ ବୋଲି ସୂଚନା ମିଳିଛି। 

ସେପଟେ ମେଘନାଦ ପାଚେରୀରେ ଫାଟ ହୋଇ ପାଣି ଝରିବା ଘଟଣାକୁ ଗୁରୁତର ସହ ନେଇ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଓ ଏବଂ ପାଣି ପାଇପ୍‌କୁ ଶୀଘ୍ର ମରାମତି କରିବାକୁ ଏଏସଆଇ ମନ୍ଦିର ପ୍ରଶାସନକୁ କହିଛି। ପ୍ରାଚୀନ କୀର୍ତ୍ତୀରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.