ଭୁବନେଶ୍ଵର, ୧୫/୧୨ : ପୁରୀ ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ମେଘନାଦ ପାଚେରୀ ସମସ୍ୟା ପୁରୁଣା। ଏହାର ସମ୍ପୂର୍ଣ୍ଣ ରୂପେ ନିରାକରଣ ହୋଇନି। ସେ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଚିଠି ଲେଖାଯାଇଛି। ମଙ୍ଗଳବାର ଏନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ। କ'ଣ ପଦକ୍ଷେପ ନିଆଯାଇଛି, ତାହା ଦେଖାଯିବ। ଆବଶ୍ୟକ ପଡ଼ିଲେ ଦିଲ୍ଲୀର ଏଏସଆଇର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବ।
ଆଇନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମେଘନାଦ ପାଚେରୀରେ ଯେଉଁଠି ଫାଟ ଥିଲା ତାକୁ ଅନୁଧ୍ୟାନ କରି ମରାମତି କରାଯାଇଥିଲା। ପୁଣି ଥରେ ନିରୀକ୍ଷଣ କରିବା ପରେ ତାହା ପୂରଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ପାଚେରୀରେ ସଂରକ୍ଷଣ କାମ କରାଯିବ। ପଥର ବଦଳ କରାଯାଇ ପାରିବ କି ନାହିଁ ସେନେଇ ଟିକିନିଖି ନିରୀକ୍ଷଣ କରିବାକୁ ଏଏସଆଇକୁ ଚିଠି ଲେଖାଯାଇଛି।
ଧର୍ମଶାଳା ପ୍ରସଙ୍ଗକୁ ନେଇ କଣ କହିଲେ ଆଇନ ମନ୍ତ୍ରୀ ପଢନ୍ତୁ-ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : 'ରାଜନୀତିକରଣ କରିବା ଆବଶ୍ୟକ ନାହିଁ, ପୁଲିସ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନେବ'