ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୋଆ ଓ ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କା-ଲିଙ୍କନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Published By : Gurupada Nath | January 17, 2025 10:18 PM

ଭୁବନେଶ୍ୱର, ୧୭/୧ : ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଆମେରିକାର ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କା-ଲିଙ୍କନ୍‌ ମଧ୍ୟରେ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଶୁକ୍ରବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଆମେରିକାର କାର୍ଣ୍ଣେଗି ଗବେଷଣା ଅନୁଷ୍ଠାନ ଭାବେ ପରିଗଣିତ ହୋଇଥିବା ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କା-ଲିଙ୍କନ୍‌ରେ ପ୍ରାକ୍‌ସ୍ନାତକ, ସ୍ନାତକ ଓ ବୃତିଗତ ଅଧ୍ୟୟନ କ୍ଷେତ୍ରରେ ଅନେକ ବିଷୟରେ କାର୍ଯ୍ୟକ୍ରମ ଉପଲବ୍ଧ ଅଟେ । ଏ ମଧ୍ୟରେ କୃଷି ବିଜ୍ଞାନ, କଳା ଓ ବିଜ୍ଞାନ, ଆଇନ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ଓ ଇଞ୍ଜିନିୟରିଂ ଅନ୍ତର୍ଭୂକ୍ତ ।

ଏହି ବିଶ୍ୱବିଦ୍ୟାଳୟ ମଧ୍ୟ ବିଗ୍‌ ଟେନ୍‌ ଏକାଡେମିକ୍‌ ଆଲାୟାନ୍ସର ସଦସ୍ୟ ଯାହାକି ବିଶ୍ୱସ୍ତରୀୟ ଗବେଷଣା ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ଜଣାଶୁଣା ଅଟେ । ଏହି ବୁଝାମଣା ପତ୍ର ଅନୁଯାୟୀ ଉଭୟ ବିଶ୍ୱବିଦ୍ୟାଳୟ ପରସ୍ପର ମଧ୍ୟରେ ସହଯୋଗ ଭିତିରେ ଶିକ୍ଷାଦାନ, ଗବେଷଣା, ଛାତ୍ର ଓ ଶିକ୍ଷକ ବିନିମୟ, ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟ କ୍ଷେତ୍ରରେ ଯୁଗ୍ମ ପ୍ରକଳ୍ପ ଓ ତାଲିମ ନିମନ୍ତେ କାର୍ଯ୍ୟ କରିବେ । ଏହି ବୁଝାମଣାପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କା-ଲିଙ୍କନ୍‌ର କୁଳାଧିପତି ଡକ୍ଟର ରୋଡନି ଡି. ବେନେଟଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କାର ନେବ୍ରାସ୍କା ୱାଟର ସେଂଟରର ନିର୍ଦ୍ଦେଶକ ପ୍ରଫେସର ଚିତରଞ୍ଜନ ରାୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ଥିଲେ ।

ଏହି ଅବସରରେ ସୋଆ ସେଂଟର ଫର୍‌ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ)ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌)ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚର ଆସୋସିଏଟ୍‌ ଡିନ୍‌ ପ୍ରଫେସର ଧୀରେନ୍ଦ୍ରନାଥ ଥାଟୋଇ, ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟାଧର ବାସା ଓ ସୋଆର ଚିଫ୍‌ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ପ୍ରମୋଦ ପଣ୍ଡା ଉପସ୍ଥିତ ଥିଲେ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.