ନୂଆଦିଲ୍ଲୀ,୦୮/୦୭: ପୂର୍ବ ଘୋଷଣା ଅନୁସାରେ ଆର୍ଜେଣ୍ଟିନା ଫୁଟବଲ ଦଳ ଭାରତ ଗସ୍ତରେ ଆସି କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବ । ଏନେଇ କେରଳ ସରକାର ପ୍ରସ୍ତୁତି ଚଳାଇଥିବା କ୍ରୀଡ଼ମନ୍ତ୍ରୀ ଭି.ଅବଦୁରାହିମାନ କହିଛନ୍ତି । 

ସେ କହିଛନ୍ତି, ‘ମ୍ୟାଚ୍‌ ଆୟୋଜନ ନେଇ ପ୍ରାୟୋଜକ ଯୋଗାଡ଼ ହୋଇସାରିଛି । ସେମାନେ ମ୍ୟାଚ୍‌ ଫି ଦେବାକୁ ରାଜି ହୋଇଛନ୍ତି ।’ ଆର୍ଜେଣ୍ଟିନା ଦଳ ସହ ଷ୍ଟାର ଖେଳାଳି ଲିଓନେଲ ମେସି ମଧ୍ୟ ଆସିବେ ।  ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ମ୍ୟାଚ୍‌ ଖେଳାଯିବ । ମ୍ୟାଚର ଅବ୍ୟବହିତ ପୂର୍ବରୁ ତାରିଖ ଓ ଭେନ୍ୟୁ ଘୋଷଣା କରାଯିବ । ‘ଆର୍ଜେଣ୍ଟିନା ଦଳକୁ  ରାଜ୍ୟ ଅତିଥିର ମାନ୍ୟତା ଦିଆଯିବ । 

ରାଜ୍ୟ ସରକାର ଖେଳାଳିଙ୍କର ସୁରକ୍ଷା, ରହିବା ଏବଂ ଅନ୍ୟାନ୍ୟ କଥା ବୁଝିବେ । ଦଳ ସହ ମେସି ଆସିବେ ବୋଲି କ୍ରୀଡ଼ାମନ୍ତ୍ରୀ ଅବଦୁରାହିମାନ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ।