- ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଛଟେଇ
- ୧୦୦୦ରୁ ଅଧିକ କର୍ମଚାରୀଙ୍କ ଚାକରି ଗଲା
- ‘ମେଟାଭର୍ସ’ ପ୍ରୋଜେକ୍ଟ ଝଟକା
- ହାର୍ଡୱେୟାର ଏବଂ ମେଟାଭର୍ସ ପ୍ରୋଜେକ୍ଟ କର୍ମଚାରୀ ପ୍ରଭାବିତ
ନୂଆଦିଲ୍ଲୀ,୧୪।୧: ଆମେରିକାର ଟେକ୍ କମ୍ପାନୀ ‘ମେଟା’ ୨୦୨୬ ର ଆରମ୍ଭରୁ ନିଜର ରିଏଲିଟି ଲାବ୍ ଡିଭିଜନ୍ରେ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ବାହାର କରିଦେଇଛି। ଏହି ଖବର ଖବର ଚାକିରୀ ଛଟେଇ ନୁହେଁ,ବଂର ଏକ ବଡ଼ ଇଶାରା ଯେ, ‘ମେଟା’ କେଉଁ ଦିଗକୁ ଯାଉଛି। ‘ରିଏଲିଟି ଲାବ୍’ ହେଉଛି ସେହି ୟୁନିଟ୍ ଯାହାକି ‘ଭର୍ଚୁଆଲ ରିଏଲିଟି’ ଏବଂ ଏକ୍ସଟେଣ୍ଡ ରିଏଲିଟି ଭଳି ଟେକ୍ନୋଲୋଜି ଉପରେ କାମ କରୁଥିଲା। କମ୍ପାନୀର କୋ-ଫାଉଣ୍ଡର ଏବଂ ସିଇଓ ମାର୍କ ଜକରବର୍ଗ ପୁରା କମ୍ପାନୀର ନାଁ ଫେସବୁକ୍କୁ ‘ମେଟା’ କରିଦେଇଥିଲେ। ଏହା ସହ ‘ମେଟାଭର୍ସ’ ଉପରେ ବିଲିୟନ ଡଲାର ନିବେଶ କରିଥିଲା। ତେବେ ଏକ୍ସପର୍ଟଙ୍କ ମତରେ ‘ମେଟାଭର୍ସ’ ଏକ ବବଲ୍ ଭଳି ଥିଲା,ଯାହାଫଳରେ କମ୍ପାନୀ ଏବେ ଅଲଗା ଡାଇରେକ୍ସନକୁ ଯାଉଛି।
ମେଟା ରିଆଲିଟି ଲ୍ୟାବ୍ ପ୍ରାୟ ୧୦%ରୁ ଅଧିକ ଷ୍ଟାଫଙ୍କୁ ବାହାର କରିବାର ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଏବେ ସ୍ପଷ୍ଟ ହୋଇଛି ଯେ,କମ୍ପାନୀ ଏବେ ‘ମେଟାଭର୍ସ’ ପ୍ରୋଜେକ୍ଟ ଉପରେ ସେତିକି ବଡ଼ ଭରସା କରିପାରୁନି। ଏହି ପରିବର୍ତ୍ତନ ବ୍ୟତୀତ ଅଲଗା ଅଲଗା ଟିମ୍ ଓ ପ୍ରଡକ୍ଟକୁ ପ୍ରଭାବିତ କରୁଛି। ବିଶେଷ ଭାବରେ ସେହି ଲୋକ ଯେଉଁମାନେ ‘ମେଟା’ର ଭିଆର ହେଡସେଟ୍, ହରିଜନ୍ ଓ୍ବାର୍ଲ୍ଡ ଭଳି ମେଟାଭର୍ସ ପ୍ଲାଟଫର୍ମ ଏବଂ ଅନ୍ୟ କିଛି ଇମର୍ସିଭ ଗେମିଂ ଷ୍ଟୁଡିଓରେ କାମ କରୁଥିଲେ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏହି ଛଟେଇ କମ୍ପାନୀର ହାର୍ଡୱେୟାର ଏବଂ ମେଟାଭର୍ସ ପ୍ରକଳ୍ପରେ ଜଡିତ ପ୍ରାୟ ୧୦% କର୍ମଚାରୀଙ୍କୁ ପ୍ରଭାବିତ କରିବ। ଏହି ଛଟେଇ ମେଟାର VR ଗେମିଂ ଏବଂ ଭର୍ଚୁଆଲ୍ ସୋସିଆଲ ନେଟୱାର୍କ ପ୍ରୋଜେକ୍ଟ ଉପରେ ସର୍ବାଧିକ ପ୍ରଭାବ ପକାଇଛି। କ୍ୱେଷ୍ଟ ଭିଆର ହେଡସେଟ୍, ହରାଇଜନ୍ ୱାର୍ଲ୍ଡସ୍ ଏବଂ ଅନେକ ସମ୍ପୃକ୍ତ ଗେମିଂ ଷ୍ଟୁଡିଓରେ ଚାକିରି କାଟ୍ କରି ଦିଆଯାଇଛି। ସୂଚନା ଅନୁଯାୟୀ, ଆର୍ମେଚର ଷ୍ଟୁଡିଓ, ଟ୍ୱିଷ୍ଟେଡ୍ ପିକ୍ସେଲ ଏବଂ ସାନଜାରୁ ଭଳି ଭିଆର ଷ୍ଟୁଡିଓଗୁଡ଼ିକୁ ବନ୍ଦ କରାଯାଉଛି। ସେଭଳି ଅନ୍ୟ କିଛି ୟୁନିଟରେ କର୍ମଚାରୀ ସଂଖ୍ୟା ମଧ୍ୟ ହ୍ରାସ କରାଯାଉଛି।
ଏହି ଛଟେଇ ବୁଧବାର ସକାଳେ ଆରମ୍ଭ ହୋଇଛି। ଏହା ବିଷୟରେ କମ୍ପାନୀର ନିଜର ଇନସାଇଡ୍ ମେସେଜ୍ରେ ମଧ୍ୟ କହିଛି। ମେଟାର ଚିଫ୍ ଟେକ୍ନୋଲୋଜି ଅଫିସର ଆଣ୍ଡ୍ରୁ ବୋସ୍ବାର୍ଥ ଇଣ୍ଟରନାଲି ଷ୍ଟାଫଙ୍କୁ କହିଛନ୍ତି,ଏହି ପଦକ୍ଷେପର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଠକର ଠିକ୍ ପୂର୍ବରୁ ନିଆଯାଇଥିଲା। ଯାହାକି ଚଳିତ ବର୍ଷର ରଣନୀତି ପ୍ରସ୍ତୁତ କରିବ। ମେଟାର ଜଣେ ମୁଖପାତ୍ର କହିଛନ୍ତି, ଏହି ପରିବର୍ତ୍ତନ ‘ମେଟାଭର୍ସ’ରେ ଭାରି ଖର୍ଚ୍ଚ ଓ କମ୍ ଉପଯୋଗ କାରଣରୁ ଜରୁରୀ ଥିଲା। କମ୍ପାନୀ ଏବେ ନିଜର ସମ୍ବଳକୁ ଏଆଇ ଡ୍ରାଇଭ୍ଡ ପ୍ରଡକ୍ଟ ଓ ଓ୍ବେୟାରବେଲ୍ ଟେକ୍ ଭାବରେ ଅଧିକ ଫୋକସ୍ କରୁଛି। ଏହି ପରିବର୍ତ୍ତନ ପରେ ଲିଙ୍କଡିନ୍ ଭଳି ପ୍ଲାଟଫର୍ମରେ ମେଟାର ପୂର୍ବତନ କର୍ମଚାରୀଙ୍କ ପକ୍ଷରୁ ‘ଓପନ ଟୁ ଓ୍ବାର୍କ’ ପୋଷ୍ଟ ବହୁ ମାତ୍ରାରେ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ,ବହୁ ଅନୁଭବୀ ଟେକ୍ ପ୍ରଫେସନାଲ ଏବେ ନୂଆ ଚାକିରୀ ସନ୍ଧାନରେ ଅଛନ୍ତି। ଚଳିତ ସପ୍ତାହ ଲିଙ୍କଡିନ୍ରେ ହଜାର ହଜାର ଓପନ୍ ଟୁ ଓ୍ବାର୍କ ପୋଷ୍ଟ ଭାଇରାଲ ହେଉଛି। ଯାହାକି ଦର୍ଶାଉଛି ଯେ, ଏହା କେବଳ ଏକ କମ୍ପାନୀର ଚାକିରୀ ଛଟେଇ ନୁହେଁ, ବଂର ପୁରା ଟେକ୍ ସେକ୍ଟରରେ ପରିବର୍ତ୍ତନ ହେଉଛି।
ଆହୁରି ପଢନ୍ତୁ :ନିଟ୍ ପିଜିର ହ୍ରାସ ପାଇଲା ନୂଆ କଟଅଫ୍: ଏସ୍ସି-ଏସ୍ଟି ଏବଂ ଓବିସି କାଟାଗୋରୀରେ ମାଇନସ୍ ୪୦ ଥିଲେ ବି କରିହେବ ଏମ୍ଡି- ଏମ୍ଏସ୍