ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଟକ ସହର ଭିତରକୁ ଦୌଡ଼ିବ ମେଟ୍ରୋ, ଖୁବଶୀଘ୍ର ଆସିବ ନୂଆ ଡିପିଆର୍‌

Published By : Rasmita Pradhan | May 3, 2025 10:53 AM

ଭୁବନେଶ୍ୱର, ୦୩/୦୫ : କଟକ ସହରବାସୀଙ୍କ ପାଇଁ ବଡ଼ ଖବର । ଆଗକୁ କଟକ ସହରରୁ ଭୁବନେଶ୍ୱରକୁ ଦୌଡ଼ିବ ମେଟ୍ରୋ । ତ୍ରିଶୁଳିଆରେ ଅଟକିଯିବନି ମେଟ୍ରୋ ଟ୍ରେନ୍‌ । ଏଭଳି ଯୋଜନା ଚଳାଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରୁ ବାହାରି ମେଟ୍ରୋ ଟ୍ରେନ୍‌ ଯିବ କଟକ ସହର ଭିତରକୁ । ତ୍ରିଶୁଳିଆ ପରେ ନେତାଜୀ ସେତୁ ପାର୍‌ କରି ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲକୁ ଯିବ । ତା’ପରେ ଏସ୍‌ସିବି ବଡ଼ ମେଡିକାଲ ପର୍ଯ୍ୟନ୍ତ ଯିବ ମେଟ୍ରୋ । ମେଟ୍ରୋ ପ୍ରକଳ୍ପର ସମ୍ପ୍ରସାରଣ ନେଇ ରାଜ୍ୟ ସରକାର ଏମିତି ଯୋଜନା ଚଳାଇଛନ୍ତି । ଖୋଦ୍‌ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି ଗଣମାଧ୍ୟମକୁ । 

ଏହି ଯୋଜନା ସାକାର ରୂପ ନେଲେ ଟ୍ୱିନ୍‌ ସିଟିରେ ଗମନାଗମନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ । ଦୁଇ ସହର ଭିତରେ ଦୂରତା କମିବା ସହ ଟ୍ରାଫିକ ଭିଡ଼ ବି କମିଯିବ । ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ଯୋଜନା ପୂର୍ବରୁ ରହିଛି । ୨୬ କିମି ମେଟ୍ରୋ ରେଳ ପଥରେ ୨୦ଟି ଷ୍ଟେସନ ନିର୍ମାଣ ଯୋଜନା ଅଛି । ବର୍ତ୍ତମାନ ସରକାର ଏହାକୁ କଟକ ସହର ଭିତରକୁ ସମ୍ପ୍ରସାରଣ କରିବାକୁ ବିଚାର ଚଳାଇଛନ୍ତି । ଏ ନେଇ ଏକ କମିଟି ଗଢ଼ାଯାଇଛି । ଏହି କମିଟି ଦେଶର ବିଭିନ୍ନ ସହରରେ ଚାଲିଥିବା ମେଟ୍ରୋ ପ୍ରକଳ୍ପ ପରିଦର୍ଶନ କରିବା ସହ ଏହାର ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛନ୍ତି । ସେହିପରି ମେଟ୍ରୋ ପ୍ରକଳ୍ପ ନେଇ ନୂଆ ଡିପିଆର୍‌ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ଖୁବଶୀଘ୍ର ଡିପିଆର୍‌ ରିପୋର୍ଟ ଆସିବ । ତା’ପରେ ମେଟ୍ରୋ ରେଳ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି । 

ମନ୍ତ୍ରୀଙ୍କ ସୂଚନା ଅନୁସାରେ ମେଟ୍ରୋ ପ୍ରକଳ୍ପ କେବଳ ରାଜ୍ୟ ସରକାରଙ୍କ ପାଣ୍ଠିରେ ହେବନି, ଏଥିପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ମଧ୍ୟ ରହିବ । ମେଟ୍ରୋ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ୧ ତାରିଖରେ ତ୍ରିଶୁଳିଆ ନିକଟରେ ଶିଳାନ୍ୟାସ ଦିଆଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ ଦେଇଥିଲେ । ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ନୂଆ ସରକାର ଏହି ପ୍ରକଳ୍ପକୁ ବେଶ୍‌ ଗୁରୁତ୍ୱ ଦେଇଛନ୍ତି । ବଜେଟରେ ଏଥିପାଇଁ ଅନୁଦାନ ବ୍ୟବସ୍ଥା କରାଯାଇଛି । ମେଟ୍ରୋ ପ୍ରକଳ୍ପର କାମ ମଧ୍ୟ ଆରମ୍ଭ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.