ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ର ସରକାର ବିଦେଶୀ ଅନୁଦାନ (ନିୟନ୍ତ୍ରଣ)ଆଇନ୍‌ ୨୦୧୦ ବା ଏଫସିଆରଏ ନିୟମ ଉଲ୍ଲଂଘନ କରିଥିବାରୁ SECMOL ଏଫସିଆରଏ ପଞ୍ଜିକରଣ ରଦ୍ଦ କରିଛନ୍ତି ୱାଙ୍ଗଚୁକଙ୍କ ଏନଜିଓର ଅନେକ ଅନିୟମିତତା ଥିବା ନେଇ ଗୃହ ମନ୍ତ୍ରଣାଳୟର ତଦନ୍ତରୁ ଜଣାପଡ଼ିଛି

ସୋନମ ୱାଙ୍ଗଚୁକଙ୍କ ସଂଗଠନ ବିଦେଶୀ ପାଣ୍ଠି ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛି ।  ଏପରିକି ଏଫସିଆରଏ ପାଳନ କରିବାରେ ବିଫଳ ହୋଇଥିବା ଅଭିଯୋଗ ରହିଛି। ଏହା ସୋନମ ୱାଙ୍ଗଚୁକଙ୍କ ସମସ୍ୟାକୁ ବୃଦ୍ଧି କରିପାରେ ଇଡି ଖୁବ୍ ଶୀଘ୍ର ଫେମା ଆଇନ ଅନୁଯାୟୀ ୱାଙ୍ଗଚୁକଙ୍କ ଏନଜିଓ, ଏସଇସିଏମଓଏଲ୍‌ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିପାରେ ଏସଇସିଏମଓଏଲ୍‌ ବିଦେଶରୁ ୩.୩୫ ଲକ୍ଷ ଟଙ୍କା ପାଇଥିଲା ବୋଲି କହିଥିଲା । କିନ୍ତୁ ପରେ ଦାବି କରିଥିଲା ​​ଯେ, ଏହି ଟଙ୍କା ଏକ ପୁରୁଣା ବସ୍ ବିକ୍ରି କରି ମିଳିଥିଲା । ଏହି ଟଙ୍କା ଏହାର ଏଫସିଆରଏ ଆକାଉଣ୍ଟରେ ପ୍ରତିଫଳିତ ହୋଇନଥିଲା କିମ୍ବା ସଠିକ୍ ସୂଚନା ଦିଆଯାଇ ନଥିଲା

 

୨୦୨୦-୨୧ରେ, ସ୍ଥାନୀୟ ପାଣ୍ଠିର ୫୪,୬୦୦ ଟଙ୍କା ଭୁଲବଶତଃ ଏହାର ଏଫସିଆରଏ ଆକାଉଣ୍ଟରେ ଜମା କରାଯାଇଥିଲା। ସଂଗଠନ ସ୍ୱୀକାର କରିଛି ଯେ, ଏହା ଖାଦ୍ୟ ଏବଂ ରହଣି ଖର୍ଚ୍ଚ ପାଇଁ ଭାରତୀୟ ସ୍ୱେଚ୍ଛାସେବକମାନଙ୍କଠାରୁ ସଂଗ୍ରହ କରାଯାଇଥିଲା କିନ୍ତୁ ଏହାକୁ ଭୁଲ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା

 

ସେପଟେ ଏକ ବିଦେଶୀ ସଂଗଠନ ୪.୯୩କ୍ଷ ଦେଇଥିଲା କିନ୍ତୁ କରୋନା ଲକଡାଉନ୍ ଯୋଗୁଁ କାର୍ଯ୍ୟକ୍ରମ ବାତିଲ ହେବା ପରେ ଟଙ୍କା ଫେରାଇ ଦିଆଯାଇଥିଲା କିନ୍ତୁ ମନ୍ତ୍ରଣାଳୟ କହିଛି ଯେ, ଏଫସିଆରଏ ଆଇନ ଅନୁଯାୟୀ, ବିଦେଶୀ ପାଣ୍ଠି ଫେରସ୍ତ କରିବାର ପ୍ରାବଧାନ ନାହିଁ । ୨୦୨୦-୨୧ରେ, ସଂଗଠନ ସିଧାସଳଖ ଦରମା ଏବଂ ଷ୍ଟାଇପେଣ୍ଡରୁ ୭୯,୨୦୦ ଟଙ୍କା କାଟି ଖାଦ୍ୟ ଫି ଭାବରେ ଦର୍ଶାଇଥିଲା । ମନ୍ତ୍ରଣାଳୟ ଅନୁସାରେ, ଏହି ପଦ୍ଧତି ଭୁଲ ଥିଲା ଏବଂ ହିସାବରେ ସ୍ୱଚ୍ଛତା ନଥିଲା

 

ସୋନମ ୱାଙ୍ଗଚୁକଙ୍କ ଏନଜିଓ ଏଫସିଆ ଧାରା ()(), ୧୭, ୧୮, ଏବଂ ୧୯ ର ଉଲ୍ଲଂଘନ କରିଛି। ଫଳରେ ସଂଗଠନର ଏଫସିଆରଏ ପଞ୍ଜିକରଣ ରଦ୍ଦ କରାଯାଇଛି ଏବେ

ସୋନମ ୱାଙ୍ଗଚୁକଙ୍କ ଏନଜିଓ ଆଉ ବିଦେଶରୁ ସହାୟତା ଗ୍ରହଣ କରିପାରିବ ନାହିଁ । ସଂଗଠନ କେବଳ ସ୍ଥାନୀୟ ପାଣ୍ଠି ପାଇପାରିବ

ସୂଚନାଯୋଗ୍ୟ, ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଛାତ୍ରମାନେ ପ୍ରଦର୍ଶନ କରିଥିଲେ । ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲାଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଛାତ୍ରମାନେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ସେ ସେପ୍ଟେମ୍ବର ୧୦ ତାରିଖରୁ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ଅନଶନରେ ବସିଥିଲେ। ହିଂସା ପରେ ୱାଙ୍ଗଚୁକ ତାଙ୍କର ଅନଶନରୁ ଓହରିଥିଲେ ।