ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

'ଗସିପ୍ ଗାର୍ଲ' ଅଭିନେତ୍ରୀ ମିଶେଲ ଟ୍ରେଚେନବର୍ଗ ମୃତ, କାରଣ ଅସ୍ପଷ୍ଟ

Published By : Anindita Ratha | February 27, 2025 12:36 PM

ମୁମ୍ବାଇ,୨୭/୦୨:ସିନେ ଜଗତରୁ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର। ଆଉ ନାହାଁନ୍ତି 'ଗସିପ୍ ଗାର୍ଲ' ଓ  'ଆଇସ୍ ପ୍ରିନ୍ସେସ୍' ଭଳି ଫିଲ୍ମ ଓ ସିରିଜରେ ଅଭିନୟ କରିଥିବା ଜଣାଶୁଣା ଆମେରିକୀୟ ଅଭିନେତ୍ରୀ ମିଶେଲ ଟ୍ରେଚେନବର୍ଗ । ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା । କୁହାଯାଉଛି ଯେ, ୨୬ ତାରିଖ ଦିନ ଘରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା । ଯାହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ନ୍ୟୁୟର୍କ ସିଟି ପୋଲିସ ବିଭାଗ ମୁତାବକ, ଅଭିନେତ୍ରୀ ମିଶେଲ ଟ୍ରେଚେନବର୍ଗଙ୍କୁ ଯେତେବେଳେ ତାଙ୍କ ମାଆ ଦେଖିଥିଲେ । ସେତେବେଳେ ସେ ଆପାର୍ଣ୍ଟମେଣ୍ଟରେ ଅଚେତ ଅବସ୍ଥାରେ ଥିଲେ ।

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କୁ ନ୍ୟୁୟର୍କର ମାନହଟନ ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯାହାପରେ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ, ଡାକ୍ତର ଅଭିନେତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ମିଶେଲ ଟ୍ରାଚେନବର୍ଗଙ୍କର କିଛି ସମୟ ପୂର୍ବରୁ ଯକୃତ ପ୍ରତିରୋପଣ କରାଯାଇଥିଲା। ବର୍ତ୍ତମାନ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ।

ଅଭିନେତ୍ରୀ ମିଶେଲ୍ ଟ୍ରାଚଟେନବର୍ଗଙ୍କ ଆକସ୍ମିକ ମୃତ୍ୟୁରେ ସହ-ଅଭିନେତ୍ରୀ ବ୍ଲେକ୍ ଲାଇବଲି  ଦୁଃଖ ପ୍ରକାଶ କରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ନ୍ୟୁୟର୍କରେ ଜନ୍ମିତ ମିଶେଲ୍ ଟ୍ରାଚେନବର୍ଗ ପିଲାଦିନରୁ ଫିଲ୍ମର ଏକ ଅଂଶ ହେବାକୁ ଚାହୁଁଥିଲେ। ତାଙ୍କୁ ପ୍ରଥମ ଥର ପାଇଁ  ୩ବର୍ଷ ବୟସରେ ପରଦାରେ ଦେଖିବାକୁ ମିଳିଥିଲା। ଅନେକ ବିଜ୍ଞାପନର ଅଂଶ ଥିବା ମିଶେଲ ୧୦ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ତାଙ୍କୁ ୧୯୯୬ ମସିହାରେ ଆସିଥିବା ଚଳଚ୍ଚିତ୍ର 'ହାରିଏଟ୍ ଦି ସ୍ପାଏ'ରେ କାଷ୍ଟ କରାଯାଇଥିଲା । ତଥାପି ମିଶେଲ୍ ଟ୍ରାଚଟେନବର୍ଗ 'ଟିନ୍ ଡ୍ରାମା','ବଫି ଦି ଭାମ୍ପାୟାର ସ୍ଲେୟର' ଏବଂ 'ଗସିପ୍ ଗାର୍ଲ' ରୁ ଲୋକପ୍ରିୟତା ହାସଲ କରିଥିଲେ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.