ପ୍ରମୂଖ ଖବର
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ସରିଲା ମଧ୍ୟାହ୍ନଭୋଜନ ଯୋଗାଣ ଚୁକ୍ତି, ଆଜି ଭୋକିଲା ରହିବେ ପିଲା!

Published By : Prameya | October 1, 2024 11:52 AM

ଜୟପୁର,୦୧/୧୦: ସୋମବାର ଶେଷ ହୋଇଛି ସେଷ୍ଟ୍ରାଲ୍‌ କିଚେନ ପକ୍ଷରୁ ସରକାରୀ ସ୍କୁଲଗୁଡ଼ିକୁ  (ମଧ୍ୟାହ୍ନଭୋଜନ)ଏମ୍‌ଡିଏମ୍‌ ଯୋଗାଣ ଚୁକ୍ତି । ଏହା ନବୀକରଣ ହେବ ନା ନାହିଁ ସ୍ପଷ୍ଟ ହୋଇନି । ଏହାକୁ ନେଇ  ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି ସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକ । ମଙ୍ଗଳବାରରୁ ଛାତ୍ରଛାତ୍ରୀଙ୍କୁ କିଏ ଯୋଗାଇବ ଏମ୍‌ଡିଏମ୍‌, ତାହା ଜଣାପଡ଼ିନି । ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ସ୍କୁଲ  କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ଦିଆଯାଇନି । ପ୍ରଶ୍ନ ଉଠୁଛି  ପିଲା କ’ଣ ଭୋକିଲା ରହିବେ ନା କିଛି ବିକଳ୍ପ ବ୍ୟବସ୍ଥା  କରାଯିବ । କୌଣସି ଆଗୁଆ ପ୍ରସ୍ତୁତି କରାଯାଇ ନ ଥିବାରୁ  ଅଡ଼ୁଆରେ ସ୍କୁଲ କର୍ତ୍ତୃପକ୍ଷ । ସେଣ୍ଟ୍ରାଲ୍‌ କିଚେନ ପକ୍ଷରୁ  ଜୟପୁର ବ୍ଲକ୍‌ ଓ ପୌରାଞ୍ଚଳ, କୋରାପୁଟ ପୌରାଞ୍ଚଳ ଏବଂ  ବୋରିଗୁମ୍ମା ବ୍ଲକର ୩୧୨ ସରକାରୀ ସ୍କୁଲକୁ ଏମ୍‌ଡିଏମ୍‌  ଯୋଗାଣ ହେଉଛି । ବର୍ଷକ ଲାଗି ଏହା ଯୋଗାଇବାକୁ ଡିଇଓ  କାର୍ଯ୍ୟାଳୟ ସହ ଚୁକ୍ତି କରିଥିଲା ଏକ ଘରୋଇ ସଂସ୍ଥା । ଚୁକ୍ତିର  ଅବଧି ସୋମବାର ଶେଷ ହୋଇଯାଇଛି । ପୂର୍ବରୁ ସ୍କୁଲକୁ ସଂସ୍ଥା  ପକ୍ଷରୁ ଦିଆଯାଇଥିବା ଷ୍ଟିଲ୍‌ କଣ୍ଟେନର ଫେରାଇ ନିଆଯାଇଛି ।  

ସଂସ୍ଥା ପକ୍ଷରୁ ଦିଆଯାଉଥିବା ଏମ୍‌ଡିଏମ୍‌ ଯୋଗାଣର ମାନ  ସମ୍ପର୍କରେ ଟିପ୍ପଣୀ ଦେବାକୁ ପ୍ରଧାନଶିକ୍ଷକ ଓ ପରିଚାଳନା  କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ ଜିଲ୍ଲାପାଳ । ଚିଠି ମିଳିବା ପରେ  ପରିଚାଳନା କମିଟିଗୁଡ଼ିକ ବୈଠକ କରିଥିଲେ । ୮୦ ପ୍ରତିଶତ  ପରିଚାଳନା କିମିଟି ଓ ପ୍ରଧାନଶିକ୍ଷକ ସଂସ୍ଥା ବିରୋଧରେ  ଟିପ୍ପଣୀ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନେ  ସ୍କୁଲରେ ହିଁ ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ଅନୁରୋଧ  କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଅଧିକାଂଶ ସ୍କଲ କର୍ତ୍ତୃପକ୍ଷ  ଚାହୁଁନାହାନ୍ତି ପୁଣି ଥରେ ଉକ୍ତ ସଂସ୍ଥା ଏମ୍‌ଡିଏମ୍‌ ଯୋଗାଉ।  ଯାହା ଜଣାପଡ଼ୁଛି, ଏଭଳି ମନ୍ତବ୍ୟ ପରେ ଉକ୍ତ ସଂସ୍ଥାର ଚୁକ୍ତି  ନବୀକରଣ ହୋଇନପାରେ । ଆଉ ଯଦି ନବୀକରଣ ହେବନି,  ତା’ହେଲେ ମଙ୍ଗଳବାରଠାରୁ ମଧ୍ୟାହ୍ନ ଭୋଜନ ଯୋଗାଇବ କିଏ ।   

କେତେକ ସ୍କୁଲର ପ୍ରଧାନଶିକ୍ଷକ ନିଜ ନାମ ଗୋପନ  ରଖିବା ସର୍ତ୍ତରେ କହିଛନ୍ତି, ମଙ୍ଗଳବାରରୁ ମଧ୍ୟାହ୍ନ ଭୋଜନ  ସମ୍ପର୍କରେ ବିଇଓ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା  ଦିଆଯାଇନି । ସଙ୍ଗେସଙ୍ଗେ ସ୍କୁଲରେ ରୋଷେଇ କରିବାକୁ  ନିର୍ଦ୍ଦେଶ ମିଳିଲେ ଅସୁବିଧା ହେବ । କାରଣ ରୋଷେଇ ଲାଗି  କେହି ପ୍ରସ୍ତୁତ ହୋଇନାହାନ୍ତି । ଏଥିଲାଗି ଦରକାର ପଡ଼ୁଥିବା  ସାମଗ୍ରୀ କିଣିବାକୁ ପଡ଼ିବ । ଦୀର୍ଘଦିନ ହେବ ରୋଷେଇ  ହେଉ ନ ଥିବାରୁ ରୋଷେଇ ଘରକୁ ପ୍ରଥମେ ସଫାସୁତରା କରିବାକୁ ହେବ । ସବୁଠୁ ବଡ଼ ସମସ୍ୟା ହେବ ଖୋଲାବଜାରରୁ  ଚାଉଳ କିଣିବା । କାରଣ ଏଥିଲାଗି ଡିଇଓଙ୍କ କାର୍ଯ୍ୟାଳୟରୁ  ନିର୍ଦ୍ଦେଶ ଆସିବା ଦରକାର । ତା’ ପରେ ରୋଷେଇ ଦାୟିତ୍ୱ ଏସ୍‌ଏଚ୍‌ଜି ନେବ ନା ସ୍କୁଲ କର୍ତ୍ତୃପକ୍ଷ-ତାହା ବି ସ୍ପଷ୍ଟ ହୋଇନି ।  ଅତିକମ୍‌ରେ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ  ରୋଷେଇ କରିବାରେ କୌଣସି ସମସ୍ୟା ନଥାନ୍ତା ।   

ଏ ସମ୍ପର୍କରେ ବିଇଓ ଚନ୍ଦନ କୁମାର ନାୟକ କହିଛନ୍ତି,  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।  ନିର୍ଦ୍ଦେଶ ଆସିବା ପରେ ହିଁ ପ୍ରଧାନଶିକ୍ଷକଙ୍କୁ ଅବଗତ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.