ନୂଆଦିଲ୍ଳୀ,୨।୪: ଇରାନ ସହ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ପକ୍ଷରୁ ଲଗାତାର ବୟାନ ଜାରି କରାଯାଉଛି। ଏପରିକି ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ରାଷ୍ଟ୍ର ଉଦେଶ୍ୟରେ ନିଜ ସମ୍ବୋଧନରେ ଟ୍ରମ୍ପ ଏଭଳି ଜଣେ ବ୍ୟକ୍ତିଙ୍କ ନାଁ ନେଇଥିଲେ, ଯିଏକି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟ୍ରମ୍ପଙ୍କ କହିବା ଅନୁସାରେ, ଯଦି ସେ ବ୍ୟକ୍ତି ଆଜି ଜୀବିତ ଥାଆନ୍ତେ ତେବେ ଇରାନ ଯୁଦ୍ଧର ଚିତ୍ର କିଛି ଅଲଗା ହୋଇଥାନ୍ତି। ଏହି ବ୍ୟକ୍ତିଙ୍କ ନାଁ ହେଉଛି କାସିମ୍ ସୁଲେମାନି। ସେ ଇରାନ ସେନା ଆଇଆରଜିସିର କମାଣ୍ଡର ଥିଲେ। ପରେ ତାଙ୍କୁ ସେନା ଏକ୍ସଟରନାଲ ଓ୍ବିଙ୍ଗ କୁର୍ଦ୍ଧିସ ଫୋର୍ସର ଚିଫ୍ କରାଯାଇଥିଲା।

କାସିମ ସୁଲେମାନୀ ପଶ୍ଚିମ ଏସିଆରେ ଆମେରିକାର ନେତୃତ୍ବ ନେଉଥିବା ଗୋଷ୍ଠୀ ବିରୋଧରେ ଏକ ମେଣ୍ଟ ଗଠନ କରିଥିଲେ। ସୁଲେମାନୀଙ୍କ ଦ୍ବାରା ଗଠନ କରାଯାଇଥିବା ମୋ ଫ୍ରଣ୍ଟର ମୂଳଦୂଆ ଇରାକରୁ ନେଇ ସିରିଆ, ଲିବ୍ୟା, ୟେମେନ୍ ଭଳି ଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା। କୁହାଯାଉଛି ଯେ, ଏହାର ସୁତ୍ରଧର ଇରାନ କମାଣ୍ଡର କାସିମ ସୁଲେମାନୀ ଥିଲେ। ଏଭଳି ସମୟରେ କାସିମ ସୁଲେମାନୀ ଆମେରିକାର ପ୍ରାଇମ ଟାର୍ଗେଟ ମଧ୍ୟ ଥିଲେ। କାସିମ୍ ସୁଲେମାନୀଙ୍କୁ ସ୍ପାଇ ମାଷ୍ଟର ମଧ୍ୟ କୁହାଯାଉଥିଲା। ସିଆଇଏ ଏଜେଣ୍ଟ ନିଜ ବହିରେ ତାଙ୍କୁ ଓ୍ବେଷ୍ଟ ଏସିଆର ଜେମ୍ସ ବଣ୍ଡ ବି କହିଥିଲେ।

୩ ଜାନୁଆରୀ ୨୦୨୦ ଭୋର ସମୟରେ ଇରାକର ରାଜଧାନୀ ବାଗଦାଦରେ ହୋଇଥିବା ଆମେରିକୀୟ ଡ୍ରୋନ୍ ଆକ୍ରମଣ ନା କେବଳ ଆଞ୍ଚଳିକ ରାଜନୀତିକୁ ଚକିତ କରିଥିଲା, ବଂର ଆମେରିକା ଓ ଇରାନ ଭିତରେ ଲାଗିଥିବା ଦୀର୍ଘ ସମୟ ଧରି ବିବାଦକୁ ଚରମ ସୀମାରେ ପହଁଞ୍ଚାଇ ଦେଇଥିଲା। ଏହି ଆକ୍ରମଣରେ ଇରାନର ସବୁଠାରୁ ପ୍ରଭାବଶାଳୀ ସେନା କମାଣ୍ଡରଙ୍କ ଭିତରୁ ଜଣେ କାସିମ୍ ସୁଲେମାନୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସେତେବେଳେ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ବ ନିର୍ବାଚନ କହୁଥିବା ଡୋନାଲ୍ଡୋ ଟ୍ରମ୍ପଙ୍କ ନିର୍ଦେଶରେ କରାଯାଇଥିଲା। ଏହି ଆକ୍ରମଣ ସ୍ଥାନୀୟ ସମୟ ଅନୁସାରେ, ରାତି ୧୨ଟା ୩୨ ମିନିଟ୍ରେ ବାଂଲାଦେଶ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିକଟରେ ଘଟିଥିଲା। ଆମେରିକାରMQ-9 Reaperଡ୍ରୋନ୍ ଦୁଇଟି ବାହନର କାରକେଡ୍କୁ ଟାର୍ଗେଟ କରିଥିଲା। ଏଥିରେ ଏକ ଟୋୟଟା ଏଭଲନ୍ ଓ ଏକ ହୁଣ୍ଡଇ ଷ୍ଟାରେକ୍ସ ଥିଲା। ଏହି କାରକେଡ୍ ଏୟାରପୋର୍ଟରୁ ବାହାରୁଥିଲା, ଯେଉଁଠିକୁ ସୁଲେମାନୀ ଦମିଶଂକରୁ ପହଁଞ୍ଚିଥିଲେ। ଆକ୍ରମଣରେ ସୁଲେମାନୀଙ୍କ ବ୍ୟତୀତ ଇରାକର ପପୁଲାର ମୋବିଲାଇଜେସନ୍ ଫୋର୍ସେଜ୍ର ଉପ-ପ୍ରମୁଖ ଅବୁ ମହନ୍ଦି ଅଲ୍ ମୁହାଁଦିସ ଓ ଅନ୍ୟ ସହଯୋଗୀ ମଧ୍ୟ ନିହତ ହୋଇଥିଲେ।

 କାସିମ ସୁଲେମାନୀ ହେଉଛନ୍ତି ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି)ର କୁର୍ଦ୍ଧୁସ ଫୋର୍ସର ମୁଖ। ତାଙ୍କୁ ଇରାନର ବୈଦେଶିକ ନୀତି ଓ ଆଞ୍ଚଳିକ ରଣନୀତିର ମୁଖ୍ୟ ବାସ୍ତୁକାର ଭାବରେ ମନେକରାଯାଏ। ସେ ସିଧା ସଳଖ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କୁ ରିପୋର୍ଟ କରୁଥିଲେ। ଏହା ସହ ତାଙ୍କର ଖୁବ୍ ଘନିଷ୍ଠ ମଧ୍ୟ ଥିଲେ। ୧୯୮୦ ରୁ ୮୮ ରେ ଇରାନ-ଇରାକ ଯୁଦ୍ଧରେ ନିଜର ବାହାଦୁରୀ କାରଣରୁ ସୁଲେମାନୀ ଖୁବ୍ ଚର୍ଚ୍ଚାରେ ଥିଲେ। ତାଙ୍କ ନେତୃତ୍ବରେ ଇରାକ,ସିରିଆ, ଲେବାନନ୍ ଓ ଅନ୍ୟ ଦେଶରରେ ନିଜର ପ୍ରଭାବକୁ ମଜବୁତ କରିଥିଲେ। ସୁଲେମାନୀଙ୍କୁ ଇରାନର ଫରଓ୍ବାର୍ଡ ଡିଫେନ୍ସ ଷ୍ଟ୍ରାଟେଜିର ମୁଖ୍ୟ ଚେହେରା ବୋଲି କୁହାଯାଉଥିଲା। ସେ ଲେବାନନ୍ର ହିଜବୁଲ୍ଲାହ ଓ ଇରାକ ଏବଂ ସିରିଆର ଶିୟା ମିଲିସିୟା ଗୋଷ୍ଠୀ ସହିତ ସମ୍ପର୍କରେ ଥିଲେ। ସିରିଆ ଗୃହଯୁଦ୍ଧ ବେଳେ ସେ ରାଷ୍ଟ୍ରପତି ବସର ଅଲ୍ ଅସଦଙ୍କ ସରକାରକୁ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାଛଡା ସେ ଇସଲାମିକ୍ ଷ୍ଟେଟ୍ ବିରୋଧରେ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ଇରାକ ଓ ସିରିଆରେ ଆଇଏସ୍ ବିରୋଧରେ ଅଭିଯାନରେ ତାଙ୍କ ରଣନୀତି ଓ ସମନ୍ବୟ ନିର୍ଣ୍ଣାୟକ ପ୍ରମାଣିତ ହୋଇଛି। ଇରାନରେ ସୁଲେମାନୀଙ୍କୁ ଜଣେ ରାଷ୍ଟ୍ରୀୟ ନାୟକ ଭାବରେ ଦେଖାଯାଉଥିଲା। ଏକ ସର୍ଭେ ଅନୁସାରେ, ତାଙ୍କର ଲୋକପ୍ରିୟତା ୮୦%ରୁ ଅଧିକ ଥିଲା, ଯାହାକି ତତ୍କାଳୀନ ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରୀଙ୍କଠାରୁ ବି ଅଧିକ ଥିଲା। ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଲୋକପ୍ରିୟ ଥିଲେ ଓ ତାଙ୍କର ଛବି ଏକ ଫିଲ୍ଡ କମାଣ୍ଡର ଭାବରେ ଥିଲା, ଯିଏକି ନିଜେ ସବୁ ମୋର୍ଚ୍ଚାରେ ରହୁଥିଲେ। ତେବେ ପାଶ୍ଚାତ୍ୟ ଦେଶ ନଜରରେ ସେ ଜଣେ ବିବାଦୀୟ ବ୍ୟକ୍ତି ଥିଲେ। ଆମେରିକା ଓ ତା’ର ସହଯୋଗୀ ତାଙ୍କୁ ଅସ୍ଥିରତା ସୃଷ୍ଟି କରିବା, ଆତଙ୍କବାଦୀ ସଂଗଠନକୁ ସମର୍ଥନ ଦେବା ଓ ଇରାନର ପ୍ରଭାବକୁ ବଢାଇବା ପାଇଁ ଦାୟୀ ମାନୁଥିଲେ। ସୁଲେମାନୀଙ୍କ ମୃତ୍ୟୁ ପରେ ତାଙ୍କୁ ଶହୀଦ ଘୋଷଣା କରାଯାଇଥିଲା। ଲକ୍ଷାଧିକ ଳୋକଙ୍କ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ଆହୁରି ପଢନ୍ତୁ :  ଦେଶବାସୀଙ୍କୁ ଟ୍ରମ୍ପଙ୍କ ସମ୍ବୋଧନ : "ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ଆମେରିକା ତେଲ ଆଣୁନି, ଆମକୁ ଏହାର ଆବଶ୍ୟକତା ନାହିଁ"