ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତ ଆଗରେ ତିଷ୍ଠି ପାରିବ ତ ପାକିସ୍ତାନ ? ଦୁଇ ଦେଶର ସାମରିକ ଶକ୍ତିକୁ ନେଇ ଚର୍ଚ୍ଚା

Published By : Tapas Panda | April 24, 2025 11:35 PM

Image Courtesy: Social Media

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୭ ନିରୀହ ଲୋକଙ୍କ ଜୀବନ ଯାଇଛି । ଏହାର ଜବାବରେ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେଉଛି ଭାରତ। ଭିସା ରଦ୍ଦ, ଓ୍ବାଘା ବର୍ଡର ବନ୍ଦ ଏବଂ ସୁନ୍ଧୁ ଜଳ ଚକ୍ତି ସ୍ଥଗିତ ଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତ ସରକାର । ସେପଟେ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ଆହୁରି ବନ ପଦକ୍ଷେପ ଗ୍ରହଣ କରିପାରେ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଆଉ ଏହା ସହ ଦୁଇ ଦେଶର ସାମରିକ ସାମର୍ଥ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଶକ୍ତିଶାଳୀ ସେନାର ରାଙ୍କିଂ ଜାରି କରୁଥିବା ଗ୍ଲୋବାଲ୍ ଫାୟାରପାୱର ଇଣ୍ଡେକ୍ସ ୨୦୨୫ ଅନୁସାରେ ଭାରତ  ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ସେନା ନବମ ସ୍ଥାନରୁ ଖସି ୧୨ତମ ସ୍ଥାନରେ ରହିଛି । ଗ୍ଲୋବାଲ୍ ଫାୟାରପାୱର ଇଣ୍ଡେକ୍ସ ୬୦ରୁ ଅଧିକ ଫ୍ୟାକ୍ଟରକୁ ନେଇ ନିଜ ରିପୋର୍ଟ ପ୍ରସ୍ତୁତ କରିଥାଏ । ଏଥିରେ ଦେଶର ଜିଡିପି, ଜନସଂଖ୍ୟା, ସୈନ୍ୟ ବଳ ଓ ଦେଶର କ୍ରୟ ଶକ୍ତିକୁ ସାମିଲ କରାଯାଇଥାଏ ।   

ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବା ବେଳେ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ପ୍ରତିରକ୍ଷା ବଜେଟ ୬.୮ ଲକ୍ଷ କୋଟି ଟଙ୍କା (୭୯ ବିଲିୟନ ଡଲାର) ରଖାଯାଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ବଜେଟ ଆକଳନ ତୁଳନାରେ ୯.୫ ପ୍ରତିଶତ ଅଧିକ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହାର ପ୍ରତିରକ୍ଷା ବଜେଟ ୧୫୯ ବିଲିୟନ ଟଙ୍କା ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । 

ସୈନିକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ୱରେ ଦ୍ୱିତୀୟ । ଏହାର ମୋଟ ସୈନିକ ସଂଖ୍ୟା ୧,୪୫୫,୫୫୦ । ଏହା ସହିତ  ଭାରତର ୧୧,୫୫,୦୦୦ ରିଜର୍ଭ ସୈନିକ ଅଛନ୍ତି । ଫାୟାରପାୱାର ଇଣ୍ଡେକ୍ସ ଅନୁସାରେ ପାକିସ୍ତାନୀ ସେନାରେ ସୈନିକ ସଂଖ୍ୟା ୬,୫୪,୦୦୦ । ଭାରତରେ ୨୫,୨୭,୦୦୦ ଅର୍ଦ୍ଧସାମରିକ ବାହିନୀ ଥିବା ବେଳେ ପାକିସ୍ତାନରେ ୫,୦୦,୦୦୦ ଅର୍ଦ୍ଧସାମରିକ ବାହିନୀ ଅଛି । ଭାରତ ପାଖରେ ୪,୨୦୧ ଟ୍ୟାଙ୍କ ଥିବା ବେଳେ ପାକିସ୍ତାନ ପାଖରେ ୨,୬୨୭ ଟ୍ୟାଙ୍କ ଅଛି । ଭାରତ ପାଖରେ ଟି-୯୦ ଭୀଷ୍ମ ଏବଂ ଅର୍ଜୁନ ଟ୍ୟାଙ୍କ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ପିନାକ ରକେଟ୍ ସିଷ୍ଟମ ଭଳି ଉନ୍ନତ ପ୍ରଣାଳୀ ମଧ୍ୟ ଅଛି । ଭାରତ ପାଖରେ ୧,୪୮,୫୯୪ଟି ସଶସ୍ତ୍ର ଯାନ ଅଛି, ଯାହା ପାକିସ୍ତାନଠାରୁ ତିନି ଗୁଣ ଅଧିକ । 

ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ମୋଟ ୧,୩୯୯ ଏୟାରକ୍ରାଫ୍ଟ ଅଛି, ଏଥିରୁ ୩୨୮ଟି ଲଢ଼ୁଆ ବିମାନ ରହିଛି । ଅନ୍ୟପଟେ ଭାରତ ପାଖରେ ୫୧୩ଟି ଯୁଦ୍ଧ ବିମାନ ସହିତ ୨,୨୨୯ ଏୟାରକ୍ରାଫ୍ଟ ଅଛି । ଭାରତ ପାଖରେ ୬ଟି ଏରିୟଲ୍ ଟ୍ୟାଙ୍କର୍ ଥିବା ବେଳେ ପାକିସ୍ତାନ ପାଖରେ ୪ଟି ଅଛି । ଭାରତ ପାଖରେ ୮୯୯ଟି ହେଲିକପ୍ଟର ଥିବା ବେଳେ ପାକିସ୍ତାନ ପାଖରେ ୩୭୩ଟି ଅଛି ।

ଭାରତ ପାଖରେ ଏକ ସୁଦୀର୍ଘ ସାମୁଦ୍ରିକ ସୀମା ଅଛି । ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗର ଉଭୟ ଆର୍ଥିକ ଏବଂ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ସେପଟେ ପାକିସ୍ତାନର କେବଳ ଆରବ ସାଗର ସହିତ ସାମୁଦ୍ରିକ ସୀମା ଅଛି । ଭାରତର ନୌସେନା ପାକିସ୍ତାନ ତୁଳନାରେ ବହୁ ଶକ୍ତିଶାଳୀ । ପାକିସ୍ତାନ ନୌସେନା ପାଖରେ ୧୨୧ ଜାହାଜ ଥିବାବେଳେ ଭାରତ ପାଖରେ ୨୯୩ ଜାହାଜ ଅଛି । ଭାରତ ପାଖରେ ୧୮ଟି ବୁଡ଼ାଜାହାଜ ଥିବା ବେଳେ ପଡ଼ୋଶୀ ଦେଶ ପାଖରେ ୮ଟି ରହିଛି । 

ଦୁଇଟି ବିମାନ ବାହକ - ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ ଏବଂ ବିଧ୍ୱଂସୀ, କର୍ଭେଟ୍, ଫ୍ରିଗେଟ୍ ଏବଂ ବୁଡ଼ାଜାହାଜ ଭାରତକୁ ଏକ ବ୍ଲୁ-ୱାଟର ନୌସେନା କରେ । ଏହାର ଅର୍ଥ ହେଉଛି ଏକ ସାମୁଦ୍ରିକ ବାହିନୀ ଭାବରେ ଭାରତ ବିଶ୍ୱ ସ୍ତରରେ କାର୍ଯ୍ୟ କରିପାରିବ ଏବଂ ଏହାର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ର ପ୍ରଣାଳୀକୁ ଏହାର ବାହକ ସହିତ ବିଶ୍ୱର ଯେକୌଣସି ସ୍ଥାନକୁ ଆଣିପାରିବ । ଅନ୍ୟପଟେ ପାକିସ୍ତାନ ପାଖରେ କୌଣସି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । 

କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରି ୨୭ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଛନ୍ତି । ୨୦୧୯ ପୁଲୱାମା ଆକ୍ରମଣ ପରେ ଉପତ୍ୟକାରେ ସବୁଠୁ ବଡ଼ ଆତଙ୍କୀ ହମଲା । ପାକିସ୍ତାନ ସ୍ଥିତ ଲସ୍କର-ଏ-ତୋଇବା ଦ୍ୱାରା ପାଳିତ ଟିଆରଏଫ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.