ଟାଙ୍ଗୀ,୦୫/୧୨: ଲିମ୍ବ ଗଛରୁ ଝରୁଛି କ୍ଷୀର । କଥାଟା ଅଜବ ଲାଗୁଥିଲେ ବି ସତ । ଏମିତି ଏକ ଘଟଣା ଘଟିଛି ଚାନ୍ଦପୁର ନିକଟସ୍ଥ ବେଣ୍ଟ ଗ୍ରାମରେ । ବେଣ୍ଟ ଗ୍ରାମର ସନ୍ତୋଷ ରଣାଙ୍କ ବାଡିରେ ଥିବା ଏକ ଲିମ୍ବ ଗଛରୁ କ୍ଷୀର ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଜଣା ପଡିବା ପରେ ନିର୍ଗତ କ୍ଷୀରକୁ ପ୍ରସାଦ କହି ଲୋକେ ସେବନ କରିଥିଲେ । ଏହି କାରଣରୁ ସନ୍ତୋଷ ରଣାଙ୍କ ବାଡ଼ିରେ ଲୋକଙ୍କର ଭିଡ଼ ଜମିଥିଲା । 

ତେବେ ଏକ ଲିମ୍ବ ଗଛରୁ କ୍ଷୀର ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଏହାକୁ ଭଗବାନଙ୍କ ଲୀଳା କହି ଗଛକୁ ପୂଜା କରିବାକୁ ଲାଗିଲେଣି । ଅନ୍ୟପଟେ ଏହା ଏକ ଅନ୍ଧ ବିଶ୍ୱାସ ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।