ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦେଲେ ସବୁଠୁ ବଡ଼ ଅଫର, ତଥାପି ନିଆଁରେ ଜଳିଗଲା ଆମେରିକୀୟ ରିୟଲ ଇଷ୍ଟେଟ କମ୍ପାନୀ ମାଲିକଙ୍କ ବିଳାସମୟ ଘର

Published By : Harapriya Biswal | January 14, 2025 6:24 PM

ଲସ୍‌ ଆଞ୍ଜେଲସ୍,୧୪।୧: ଭୟଙ୍କର ହେଉଛି ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ । ଜଳି ଗଲାଣି ହଜାର ହଜାର ଘର, ଯାଉଛି ଅକାଳରେ ଅନେକ ଜୀବନ। ୨୬କୁ ବଢିଲାଣି ମୃତ୍ୟୁ ସଂଖ୍ୟା । ଆମେରିକା ଇତିହାସର ସବୁଠୁ ବଡ଼ ବିପର୍ୟ୍ୟୟ ପାଲଟିଛି ଏହି ଅଗ୍ନିକାଣ୍ଡ। କମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି ନିଆଁ। ଲାଗୁଛି ଜଳିପୋଡି ଆମେରିକାକୁ କରିଦେବ ଛାରଖାର। ଏହା ଭିତରେ ଆମେରିକାର ପ୍ରସିଦ୍ଧ ରିଏଲ ଇଷ୍ଟେଟ୍ ବ୍ୟବସାୟୀ କେଥ୍ ଓ୍ବାସରମ୍ୟାନଙ୍କ ଘର ନିଆଁରେ ସମ୍ପୂର୍ଣ୍ଣ ଭାବରେ ପୋଡି ଯାଇଛି।

ୱାସରମ୍ୟାନ ହେଉଛନ୍ତି, ରିୟଲ ଇଷ୍ଟେଟ୍ ଇନଭେଷ୍ଟମେଣ୍ଟ କମ୍ପାନୀ ଗେଲ୍ଟ ଭେଞ୍ଚର ପାର୍ଟନର କୋ-ଫାଉଣ୍ଡ। ନିକଟରେ ସେ ନିଆଁରୁ ନିଜର ଘର ଓ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ପ୍ରାଇଭେଟ୍ ଫାୟାର ଫାଇଟର୍ସଙ୍କ ସେବା ମାଗିଥିଲେ। ଏଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ତାଙ୍କର ଏହି କଥା ପରେ ସୋସିଆଲ ମିଡଆରେ ଖୁବ୍ ସମାଲୋଚନା କରାଯାଇଥିଲା। ଧନୀଲୋକମାନେ ନିଜର ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା ପାଇଁ ଘରୋଇ ଫାୟାରଫାଇଟର୍ସଙ୍କ ସାହାଯ୍ୟ ନେଉଥିବାକୁ ନେଇ ଅନେକ କରିଥିଲେ ବିରୋଧ।ଏହାଦ୍ବାରା ସମାଜରେ ଅସମାନତା ସୃଷ୍ଟି ହେବ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥିଲେ। ପ୍ରବଳ ବିରୋଧରେ ପରେ ଓ୍ବାସରମ୍ୟାନ୍ ସୋସିଆଲ ମିଡିଆରୁ ତାଙ୍କର ପୋଷ୍ଟ ହଟାଇ ଦେଇଥିଲେ।  ଉଲ୍ଲେଖନୀୟ ଯେ, ଗତ ୭ ତାରିଖରୁ ଜଳୁଛି ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଥିଲା ଜଙ୍ଗଲ। ଫଳରେ ଲସ ଏ଼ଞ୍ଜଲେସ ସହରକୁ ଗ୍ରାସିଛି ଜଙ୍ଗଲ ନିଆଁ । ୧୨ ହଜାର କୋଠା ଜଳି ପୋଡି ପାଉଁଶ ହୋଇଛି । ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହୋଇପାରି ନାହିଁ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.