ଭୁବନେଶ୍ୱର,୧୪/୦୫: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ପିତା-ମାତା ବା ଶାଶୁ-ଶଶ୍ୱରଙ୍କୁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲ୍‌ଥ ସ୍କିମ୍(ସିଜିଏଚ୍ଏସ୍)ରେ ସାମିଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀମାନେ କେବଳ ସିଜିଏଚ୍ଏସ୍ ହୀତାଧିକାରୀ ଭାବେ ତାଙ୍କ ପିତା-ମାତା ବା ଶାଶୁ-ଶ୍ୱଶୁରରଙ୍କ ଭିତରୁ ଗୋଟିଏ ବର୍ଗଙ୍କୁ ସାମିଲ କରିପାରିବେ ।

ଏନେଇ ସ୍ୱାସ୍ଥ୍ୟ ସ୍ପଷ୍ଟ କରିଛି, ସିଜିଏଚ୍ଏସ୍ ଓ ସିଏସ୍(ଏମ୍ଏ) ନିୟମାବଳୀ ୧୯୪୪ ଅଧୀନରେ ଥିବା ଯୋଗ୍ୟ କେନ୍ଦ୍ର ସରକାରୀ କର୍ମଚାରୀମାନେ ଚିକିତ୍ସା ସୁବିଧା ପାଇବା ପାଇଁ ନିଜର ପିତାମାତା କିମ୍ବା ଶ୍ୱଶୁର-ଶାଶୁଙ୍କ ମଧ୍ୟରୁ କୌଣସି ଜଣଙ୍କୁ ନିର୍ଭରଶୀଳ ପରିବାର ସଦସ୍ୟ ଭାବରେ ଚୟନ କରିବାକୁ ଥରେ ସୁଯୋଗ ଦିଆଯାଇପାରିବ । ଥରେ ଏହି ବିକଳ୍ପ ବାଛିବା ପରେ, କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଅଧିକ ପଢ଼ନ୍ତୁ :-  ଭାରତୀୟ ମହିଳାଙ୍କ କମାଲ, ଆମେରିକାର ସଂଗ୍ରହାଳୟରେ ସ୍ଥାନ ପାଇଲା ଇସ୍ରୋ ବୈଜ୍ଞାନିକଙ୍କ ଶାଢି