ଆଳି,୧୩/୦୮: ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରିୟା ଯାଇ ଆଉ ପୋଖରୀରେ ବୁଡିଗଲା ଶିଶୁ । ୧୧ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଆଳି ଥାନା ସାନମଙ୍ଗ ଗାଁର ରବି ନାରାୟଣ ଜେନାଙ୍କ ୧୧ ବର୍ଷର ପୁଅ ଅୟୂଷ୍ମାନ କୁମାର ଜେନା ।
ସୂଚନା ମୁତାବକ, ରବି ନାରାୟଣ ଜେନାଙ୍କ ୧୧ ବର୍ଷର ପୁଅ ତାଙ୍କ ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି ହେବା ପାଇଁ ଯାଇଥିଲେ । ଶୁଦ୍ଧି ହୋଇ ସାରି ଗାଁ ପୋଖରୀରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ । ଏହା ଦେଖି ପୋଖରୀ ନିକଟରେ ଥିବା ପିଲାମାନେ ଚିତ୍କାର କରିବାରୁ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରିଥିଲେ । ପୋଖରୀରୁ ଶିଶୁଟିକୁ ଉଦ୍ଧାର କରି ଆଳି ମେଡିକାଲକୁ ଆଣିଥିଲେ । ହେଲେ ଆଳି ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।