ସୋର, ୧୭/୦୯: ପୋଖରୀରେ ବୁଡ଼ି ୩ ବର୍ଷର ଶିଶୁର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅସୁରିଆ ଗାଁ ପୋଖରୀରେ ବୁଡ଼ି ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସିମୁଳିଆ ଥାନା ଖଡ଼ିଗଡ଼ିଆ ଗାଁର ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ନାବାଳକ ଜଣକ ତାଙ୍କ ମାଆଙ୍କ ସହ ମାମୁ ଘରକୁ ବୁଲିବାକୁ ଆସିଥିଲେ । ମାମୁଘର ଗାଁରେ ଖେଳୁଥିବା ବେଳେ ହଠାତ୍ ପୋଖରୀରେ ପଡ଼ି ବୁଡ଼ି ଯାଇଥିଲେ । ତାଙ୍କୁ ତୁରନ୍ତ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରି ଖଇରା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।