ତିଗିରିଆ, ୨୧/୫ : ନିମିଷକେ ମିଳେଇଗଲା ଭଉଣୀ ବାହାଘର ଖୁସି। ପୋଖରୀରେ ବୁଡ଼ି ପ୍ରାଣ ହରାଇଲା ଭଉଣୀକୁ ଶାଶୁଘରକୁ ଛାଡ଼ି ଆସିଥିବା ନାବାଳକ ଭାଇ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କୁମ୍ଭିପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଆଠଗଡ଼ ବାସୁଦେବପୁର ଅଞ୍ଚଳର ହରସ ନାଏକଙ୍କ ୧୦ ବର୍ଷର ନାବାଳକ ପୁଅ ପ୍ରିୟାନ୍ସ ଭଉଣୀକୁ ଶାଶୁଘରକୁ ଛାଡ଼ିବାକୁ କୁମ୍ଭିପୁଟ ଗ୍ରାମକୁ ଆସିଥିଲା। ଗ୍ରାମରେ ଥିବା ସଉରୁଣୀ ଗାଡ଼ିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ଏହି ସମୟରେ ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।