ଅନୁଗୁଳ, ୨୧/୦୪ : ନାବାଳକ ପ୍ରେମିକର ହାଇଡ୍ରାମା। ପ୍ରେମ ପାଇଁ ପ୍ରାୟ ୧୦୦ ଫୁଟ ଉଚ୍ଚ ପଟାସ ଗଛର ଶୀର୍ଷରେ ଚଢିଗଲା ନାବାଳକ। ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଦେଲା ଧମକ। ପ୍ରାୟ ଦେଢ ଘଣ୍ଟା ଯାଏଁ ସମସ୍ତଙ୍କୁ କଲା ନାକେଦମ୍। ମଙ୍ଗଳବାର ସକାଳେ ଅନୁଗୁଳ ସହରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଦମକଳ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ପହଞ୍ଚି ପ୍ରେମିକାକୁ ଦେଖା କରାଇଦେବାକୁ କହି ବହୁ ବୁଝାସୁଝା କରାଇବା ପରେ ନାବାଳକ ତଳକୁ ଓହ୍ଲାଇଛି।

ସୂଚନାନୁଯାୟୀ, ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ କିଛି ଦିନ ତଳେ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା। ରେଲୱେ ପୁଲିସ ଉଭୟଙ୍କୁ ଉଦ୍ଧାର କରି CWCରେ ହାଜର କରାଇଥିଲା। CWC ପକ୍ଷରୁ ନାବାଳକକୁ ଅନୁଗୁଳ ଅମଲାପଡ଼ାରେ ଥିବା ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା। ସେହିପରି ପ୍ରେମିକାକୁ ସଖୀ କାଉନସେଲିଂ ସେଣ୍ଟରରେ ରଖାଯାଇଥିଲା। ମଙ୍ଗଳବାର ଭୋରୁ ଭୋରୁ ନାବାଳକ ଜଣଙ୍କ ଉତ୍କଳ ବାଳାଶ୍ରମ ପରିସରରେ ଥିବା ପଟାସ୍ ଗଛରେ ଚଢ଼ି ଯାଇଥିଲା। ପ୍ରେମିକାକୁ ଡାକିବାକୁ ଜିଦ୍ ଧରିଥିଲା। ଏପରିକି ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା। ପ୍ରାୟ ଦେଢ ଯାଏଁ ନାବାଳକ ଜଣଙ୍କ ସମସ୍ତଙ୍କୁ ନାକେଦମ୍ କରିଥିଲା। ଦମକଳ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ପହଞ୍ଚି ପ୍ରେମିକାକୁ ଦେଖା କରାଇଦେବାକୁ କହି ବହୁ ବୁଝାସୁଝା କରାଇବା ପରେ ନାବାଳକ ତଳକୁ ଓହ୍ଲାଇଥିଲା।

ଏହି ଖବରଟିକୁ ପଢନ୍ତୁ- JEE Mains Result: ଜେଇଇ ମେନ୍‌-୨ ଫଳ ପ୍ରକାଶ, ଓଡ଼ିଶା ଟପର୍‌ ଭବେଶ ପାତ୍ର