କେନ୍ଦୁଝର ସଦର,୧୦/୦୩: ପୋଖରୀକୁ ଗାଧୋଇବାକୁ ଯିବା ହେଲା କାଳ । ପାଣିରେ ବୁଡି ନାବାଳକ ମୃତ। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମର ଟେରା ପୋଖରୀ ଏହି ଅଘଟଣ ଘଟିଛି। ମୃତ ନାବାଳକ ଜଣ ସେହି ଗ୍ରାମର ନର୍କିମ୍ ଆନ୍ସାରୀଙ୍କ ପୁଅ ବୋଲି ଜଣାପଡ଼ିଛି।
ଆହୁରି ପଢନ୍ତୁ- ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍, କଟକର ବେବିକ୍ୟୁ ପ୍ରାଇଭେଟ୍ ଲିମିଟେଡକୁ ସହାୟତା ଦେଲା ଟିଡିବି
ସୂଚନା ମୁତାବକ, ରାଇସୁଆଁ ଗାଁରେ ରହୁଥିବା ନର୍କିମ୍ ଆନ୍ସାରୀର ଦୁଇ ପୁଅ ଜଣେ ୮ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୬ ବର୍ଷର ଦୁହେଁ ଗାଧେଇବାକୁ ଯାଇଥିଲା। ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ନର୍କିମ୍ ଆନ୍ସାରୀର ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ସେ କିଛି ବର୍ଷ ହେବ ରାଇସୁଆଁ ଠାରେ ଘରଭଡ଼ା ନେଇ ରହୁଥିଲେ।