ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନାବାଳିକା ଚାକରାଣୀଙ୍କୁ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ, ଦମ୍ପତି ଗିରଫ

Published By : Prameya | November 4, 2024 10:50 AM

ଚେନ୍ନାଇ,୦୪/୧୧: ଘରୋଇ ଚାକରାଣୀଙ୍କୁ ନିର୍ଯାତନା ଦେଇ ହତ୍ୟା କରିବା ଅଭିଯୋଗରେ ଚେନ୍ନାଇ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଅମିଞ୍ଜକରାଇ ଅଞ୍ଚଳରେ ରହୁଥିବା ସେକେଣ୍ଡ ହ୍ୟାଣ୍ଡ କାର୍‌ ବ୍ୟବସାୟୀ ମହମ୍ମଦ ନିଶାଦ ଓ ତାଙ୍କ ପତ୍ନୀ ନାସିୟା । ସେମାନେ ୧୫ ବର୍ଷୀୟା ନାବାଳିକା ଚାକରାଣୀଙ୍କୁ ଲୁହାରଡ ଓ ସିଗାରେଟରେ ଚେଙ୍କ ଦେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । 

ପୁଲିସର  ସୂଚନା ଅନୁସାରେ ତାଞ୍ଜାଭୁର ଅଞ୍ଚଳର ଏହି ନାବାଳିକାଙ୍କ ପିତାଙ୍କର ବହୁଦିନ ପୂର୍ବରୁ ମୃତ୍ୟୁ ଘଟିଛି । ଆର୍ଥିକ ଅନଟନ  ଯୋଗୁ ମା’ ତାଙ୍କୁ ନିଶାଦଙ୍କ ଘରେ କାମ କରିବାକୁ ଗତ ୬ମାସ ତଳେ ପଠାଇଥିଲେ । ନାବାଳିକାଙ୍କୁ କାମ କରିବା  ଭିତରେ ନିଶାଦ ଓ ତାଙ୍କ ପତ୍ନୀ ଅମାନୁଷିକ ଭାବେ ଶାରୀରିକ  ନିର୍ଯାତନା ଦେଉଥିଲେ । ତାଙ୍କ ଦେହ ସାରା ଲୁହାରଡ୍‌ ଚେଙ୍କ  ଓ ସିଗାରେଟ ଚେଙ୍କ ଦେଖିବାକୁ ମିଳିଛି ।

ଗତ ଗୁରୁବାର ଦୀପାବଳି ଦିନ ସେମାନେ ନାବାଳିକାଙ୍କୁ ଚେଙ୍କ ଦେଇ  ବାଥରୁମ୍‌ରେ ପୁରାଇ ଦେଇଥିଲେ । କିଛି ସମୟ ଭିତରେ  ତାଙ୍କର ମୃତ୍ୟୁ ଘଟିଥିଲା । ଏକଥା ଜାଣିବା ପରେ ପତିପତ୍ନୀ  ଘରେ ତାଲା ପକାଇ ବନ୍ଧୁ ଘରକୁ ପଳାଇଥିଲେ । ପରେ ସେମାନଙ୍କ ଓକିଲଙ୍କ ସହ ଘଟଣା ସମ୍ପର୍କରେ ଯୋଗାଯୋଗ  କରିଥିଲେ । ଓକିଲ ଜଣକ ପୁଲିସକୁ ସୂଚନା ଦେବା ପରେ  ଅମିଞ୍ଜକରାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା  ସହ ହତ୍ୟା ମାମଲା ରୁଜୁ କରିଛି । ନିଶାଦ ଓ ତାଙ୍କ ପତ୍ନୀଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.