ବରଗଡ଼, ୧୧/୦୮: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ପୀଡ଼ିତା ନିଜ ମୁାମୁଘରେ ରହି ପାଠପଢ଼ୁଥିବା ଜଣାଯାଇଛି।