ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ମେଡିକାଲ ଶୌଚାଳୟରେ ପ୍ରସବ କଲେ ନାବାଳିକା, ପ୍ୟାନ୍‌ରେ ଫସିଗଲା ଶିଶୁ

Published By : Harapriya Sethi | February 12, 2025 11:31 AM

ଦାରିଙ୍ଗବାଡି,୧୨/୦୨: ମେଡିକାଲ ଶୌଚାଳୟରେ ଶିଶୁକୁ ଜନ୍ମ ଦେଲେ ନାବାଳିକା ମାଆ । ପ୍ୟାନ୍‌ରେ ଫସି ରହିଲା ଶିଶୁର ମୁଣ୍ଡ । ମୃତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । 

ସୂଚନା ମୁତାବକ, ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରସବ କରିବା ପାଇଁ ଆସିଥିଲେ। ହେଲେ କୌଣସି ଡାକ୍ତରଙ୍କୁ ପରାମର୍ଶ କରି ନଥିଲେ । ମେଡିକାଲର ଅନ୍ତଃବିଭାଗରେ ରହିଥିବା ଶୌଚାଳୟରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ପ୍ୟାନ୍‌ ଭିତରେ ଶିଶୁଟିର ମୁଣ୍ଡ ଅଟକି ଯାଇଥିଲା । ଏହି ଦେଖି ନାବାଳିକା ମାଆ ଜଣଙ୍କ ମେଡ଼ିକାଲ ଷ୍ଟାଫଙ୍କୁ ଉକ୍ତ ଘଟଣା ବିଷୟରେ କହିଥିଲେ । ଏହା ପରେ ମେଡ଼ିକାଲ ଅଧିକାରୀ ଦାରିଙ୍ଗବାଡି ଅଗ୍ନିଶମ ବାହିନୀକୁ ଖବର ଦୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍‌ ମେଡିକାଲରେ ପହଞ୍ଚି ଶୌଚାଳୟର ପ୍ୟାନ୍‌ ଭାଙ୍ଗି ଫସି ରହିଥିବା ଶିଶୁକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

ନାବାଳିକା ଜଣଙ୍କ କାହାକୁ କିଛି ନଜଣାଇ ଶିଶୁକୁ ପ୍ରସବ କରି ମାରି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣଙ୍କ କାହିଁକି ଡାକ୍ତରଙ୍କ ପରାମର୍ଶ କଲେ ନାହିଁ ? ଶୌଚାଳୟରେ କାହିଁକି ପ୍ରସବ କଲେ ଏବଂ ଏ ସମ୍ପର୍କରେ କିଭଳି କେହି ଜାଣି ପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.