ନରଣପୁର,୧୧/୧୧: ଆବାସିକ ଛାତ୍ରୀ ନିବାସରେ ଅଘଟଣ। ପୋଡି ହୋଇ ୭ ବର୍ଷର ଛାତ୍ରୀ ଗୁରୁତର । କେନ୍ଦୁଝର ଜିଲ୍ଲା ଡୁମୁରିଆରୁ ସାମ୍ନାକୁ ଆସିଛି ଏହି ଘଟଣା । ତେବେ ଗୁରୁତର ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ସୂଚନା ମୁତାବକ, ଡୁମୁରିଆ ଉ.ପ୍ରା ପରିସରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକରେ ଛାତ୍ରୀ ଜଣକ ଜଳିଯାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ମୁର୍ମୁ ଖବର ପାଇବା ପରେ ତୁରନ୍ତ ନାବାଳିକା ଛାତ୍ରୀକୁ ଡୁମୁରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଶିଶୁକୁ ଡାକ୍ତର ଛାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ୨୦ ପ୍ରତିଶତ ଜଳି ଯାଇଥିବା ଜଣା ପଡ଼ିଛି । ତେବେ ଏହି ଘଟଣା ସାନ୍ଧ୍ୟ ୬ଟା ୩୦ ସମୟରେ ହୋଇଥିବାରୁ ପାଠପଢ଼ା ସମୟରେ ୭ ବର୍ଷର ଶିଶୁ କିପରି ରୋଷେଇ ଘରକୁ ଗଲା ତାହା ସନ୍ଦେହ ସୃଷ୍ଟି କରୁଥିବା ଅଭିଭାବକ କହିଛନ୍ତି। ଯାହାକୁ ନେଇ ଏହି ଅଭିଯୋଗକୁ ପ୍ରଧାନ ଶିକ୍ଷକ ମୁର୍ମୁ ଖଣ୍ଡନ କରୁଥିବା ବେଳେ ଅନ୍ୟପଟେ ଶିଶୁକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ରୋଷେଇ ଘରକୁ ଡକା ଯାଇଥିଲା ଅଥବା କେହି ପିଲାଙ୍କ ଯତ୍ନ ଠିକ ଭାବରେ ନେଉ ନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।