ଭୁବନେଶ୍ବର,୨୩।୧୦ : ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ବରୁ ମିନତୀ ବେହେରାଙ୍କୁ ରାଜ୍ୟ ସରକାର  ହଟାଇଛନ୍ତି। ମିନତୀଙ୍କ ସହ  ଅନ୍ୟ ସଦସ୍ୟାମାନଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । 

ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତି ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ବର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ବାଇଁ ଓ ବିଜୟା ବରଓ୍ବାଙ୍କୁ ପଦରୁ ହଟାଇ ଦିଆଯାଇଛି। ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯିବ।

ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତୀ ବେହେରା ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ ।   ବିଜେଡି ନେତ୍ରୀ ମିନତିଙ୍କୁ ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିଲା।  ଆସନ୍ତା ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଅବଧି ରହିଥିଲା ।