ମୁମ୍ବାଇ,୧୦/୪ : ଓଟିଟି ଓ୍ବାର୍ଲ୍ଡରେ ଯେତେବେଳେ ଆକ୍ସନ ଏବଂ କ୍ରାଇମ୍ ଥ୍ରୀଲର ସିରିଜର ଚର୍ଚ୍ଚା ହୋଇଥାଏ ତ ଏହି ଲିଷ୍ଟରେ ନମ୍ବର ୧ରେ ଏକ ନାମ ଯଦି କାହାର ଆସିଥାଏ ତ ‘ମିର୍ଜାପୁର’ ସିରିଜର ନାଁ ଆସିଥାଏ। କାଲୀନ ଭାଇଙ୍କଠାରୁ ନେଇ ଗୁଡ୍ଡୁ ପଣ୍ଡିତ ଏହାର ପ୍ରତ୍ୟେକ ଭୂମିକା ଆଜି ବି ଲୋକଙ୍କ ମନରେ ରହିଛି । ଏହାର ୩ ସିଜନ ଆସି ସାରିଛି ଏବଂ ଯେତେବେଳେ ଏହା ଓଟିଟିରେ ଆସିଲା ସେବେସେବେ ଡିଜିଟାଲ ଓ୍ବାର୍ଲ୍ଡରେ ଭୂକମ୍ପ ସୃଷ୍ଟି ହୋଇଛି । ଏଭଳି ସ୍ଥଳରେ ଏହା ଉପରେ ଫିଲ୍ମ ନିର୍ମାଣ କରାଯାଉଛି । ଯାହାର କାହାଣୀକୁ ସିରିଜରୁ ବି ବିପଦଜନକ କୁହାଯାଉଛି ।
‘ମିର୍ଜାପୁର ଦ ମୁଭି’ ରିଲିଜକୁ ନେଇ ଯେବେଠାରୁ ଘୋଷଣା କରାଯାଇଛି ଦର୍ଶକଙ୍କୁ ସେବେଠାରୁ ଏହାର ରିଲିଜକୁ ଅପେକ୍ଷା ରହିଛି । ଏହା ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ । ସୂଚନା ଅନୁସାରେ କୁହାଯାଇଛି କି ‘ମିର୍ଜାପୁର ଦ ମୁଭି’ରେ ସିରିଜରୁ ବହୁ ଅଧିକ ବଡ଼ ଡାର୍କ ଏବଂ ସିନେମା ଅନୁଭବ ହେବ ।
ସୂଚନା ମୁତାବକ, ‘ମିର୍ଜାପୁର ଦ ମୁଭି’କୁ ନେଇ କୁହାଯାଉଛି କି, ଏହି ଫ୍ରାଞ୍ଚାଇଜର ମୁଖ୍ୟ ଦୁନିଆକୁ ବହୁ ବଡ଼ ଧରଣର ପ୍ରସ୍ତୁତ କରାଯାଇଛି । କୁହାଯାଉଛି କି ଏହା ମାଧ୍ୟମରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଏବଂ ଡାର୍କ ସିନେମା ଅନୁଭବ ମିଳିବାକୁ ଯାଉଛି । ଯେଉଁଥିରେ ଜବରଦସ୍ତ ଆକ୍ସନ ସହ ଏକ ଶାନଦାର୍ କାହାଣୀ ଦେଖିବାକୁ ମିଳିବ । ଖାଲି ଏତିକି ନୁହେଁ ଫିଲ୍ମ ‘ମିର୍ଜାପୁର ଦ ମୁଭି’କୁ ନେଇ ଏହା ଭି ସୂଚନା ସାମ୍ନାକୁ ଆସୁଛି କି ଏହା ମାଧ୍ୟମରେ ବଡ଼ ପରଦାରେ କିଛି ନୂଆ ଚେହେରା ବି ଦେଖିବା ଲାଗି ମିଳିବାରେ ଅଛି । ଏହାସହ କିଛି ପୁରୁଣା ଚେହେରାକୁ ବି ଏହି ଫିଲ୍ମ ମାଧ୍ୟମରେ ପରଦାରେ ଫେରିବାରେ ଅଛନ୍ତି । ଆଶା ରହିଛି କି କାହାଣୀରେ ନୂଆ ଟ୍ବିଷ୍ଟ ଏବଂ ଟର୍ଣ୍ଣିଂ ପଏଣ୍ଟ ଦେଖିବାକୁ ମିଳିପାରେ ।