କୋକସରା,୦୫/୦୨: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ। ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। 
ଆହୁରି ପଢନ୍ତୁ-
ଓଡ଼ିଶାରେ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ, ଶୌଚାଳୟ ଠାରୁ କିଚେନ୍... ଗାଡିରେ ସବୁ ସୁବିଧା​​​​​​​

ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଆମପାଣିର ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଘରୁ ବଡ଼ ଧରଣ ଚୋରି  ହୋଇଛି। ଘରେ କେହି ନଥିବା ସୁଯୋଗ ନେଇ ଘରେ କଳାକାନା ବୁଲାଇଛନ୍ତି ଦୁର୍ବୁତ୍ତ। ଗତକାଲି ପରିବାର ଲୋକେ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ରାତିରେ ଘରେ ପଶି ଥିଲେ  ଦୁର୍ବୁତ୍ତ । ରାତିରେ ଘର ମାଲିକ ଫେରିବା ପରେ ଘରେ ଚୋରି ହୋଇଥିବା ଦେଖି ସ୍ଥାନୀୟ ଆମପାଣି ପୁଲିସକୁ ସୂଚନା ଦେଇଥିଲେ। ଚୋରମାନେ ଘର ପଛପଟ ଲୁହା କବାଟ ତାଡି ଘରେ ପଶିଥିଲେ। ଘରର ଦୁଇଟି କୋଠରୀରେ ଥିବା ଆସବାବପତ୍ର ଛିନଛତ୍ର କରି ଘରେ ଥିବା ୩/୪  ଆଲମିରା ଭାଙ୍ଗି ନଗଦ ୩ ଲକ୍ଷ ଓ ୧୦ ଭରି ସୁନାଗହଣା ଚୋରି ହୋଇଥିବା ନେଇ ଘର ମାଲିକ ଆମପାଣି ଥାନାରେ ଅଭିଯୋଗ କରିଛନ୍ତି।