ମୁମ୍ୱାଇ,୨୦/୧୨: ଭିଏତନାମରେ ଚାଲିଛି ମିସ୍ କସ୍ମୋ ଇଣ୍ଟରନ୍ୟାସ୍ନାଲ ୨୦୨୫ । ଏହି ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ବିପ୍ରା ମେହତା । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ବିପ୍ରା ଆତ୍ମବିଶ୍ୱାସ ଓ ଷ୍ଟାଇଲ୍ ସହିତ ରାମ୍ପ୍ ୱାକ୍ କରୁଛନ୍ତି । ମଞ୍ଚରେ ତାଙ୍କ ଏଣ୍ଟ୍ରି ପରେ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୧ ହରନାଜ୍ ସନ୍ଧୁଙ୍କ ପ୍ରତିକ୍ରିୟା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

ସୂଚନାଯୋଗ୍ୟ, ହରନାଜ୍ ଏହି ପ୍ରତିଯୋଗିତାର ଜୁରି ସଦସ୍ୟ ଅଛନ୍ତି । ସେ ନିଜର ଷ୍ଟାଇଲ୍, ଆତ୍ମବିଶ୍ୱାସ ଏବଂ ମଞ୍ଚରେ ନିଜ ଉପସ୍ଥିତି ଜରିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଭିଡିଓରେ ବିପ୍ରା ମଞ୍ଚରେ ନିଜ ନାଁ ଓ ଦେଶ ନାଁ ଭାରତ କହିବା ମାତ୍ରେ ପୂରା ହଲ୍ କରତାଳି ଶବ୍ଦରେ ଫାଟିପଡ଼ିଲା । ଦେଶ ପାଇଁ ଲୋକଙ୍କ ଭଲପାଇବା ଦେଖି ହରନାଜ୍ ଗର୍ବ ଓ ଖୁସିରେ ଚମକି ଉଠିଲେ । ବିପ୍ରା ମଞ୍ଚରେ ରାମ୍ପ୍ ୱାକ୍ ଆରମ୍ଭ କରିବା ମାତ୍ରେ ଉପସ୍ଥିତ ଲୋକେ ଇଣ୍ଡିଆ-ଇଣ୍ଡିଆ ସ୍ଲୋଗାନ୍ ଦେବାକୁ ଲାଗିଲେ । ମିସ୍ କସ୍ମୋ ଇଣ୍ଟରନ୍ୟାସନାଲ-୨୦୨୫ ମଞ୍ଚରେ ବିପ୍ରା ଇଭନିଙ୍ଗ୍ ଗାଉନ୍ ରାଉଣ୍ଡ୍ରେ ଲାଲ୍ ରଙ୍ଗର ଗାଉନ୍ ପିନ୍ଧି ନିଜର ଉପସ୍ଥିତି ପ୍ରତିପାଦନ କରିଥିଲେ । ପ୍ରତିଯୋଗିତାର ଥିମ୍ ରାଇଜିଙ୍ଗ୍ ଡ୍ରାଗନ୍ ଆଧାରରେ ବିପ୍ରାଙ୍କ ଗାଉନ୍କୁ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଥିଲା ।