ନୂଆଦିଲ୍ଲୀ ୧୭/୧୧: ଘୋଷଣା ହେଲା ମିସ୍ ୟୁନିଭର୍ସ ୨୦୨୪। ଚଳିତ ବର୍ଷର ମିସ୍ ୟୁନିଭର୍ସର ବିଜେତା ହୋଇଛନ୍ତି ଡେନମାର୍କର ଭିକ୍ଟୋରିଆ କେଜିର୍ । ପ୍ରଥମ ରନର୍ ଅପ୍ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରନର୍ ଅପ୍ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ୍, ତୃତୀୟ ରନର୍ ଅପ୍ ଥାଇଲ୍ୟାଣ୍ଡର ଓପାଲ୍ ସୁଚାଟା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍ ଅପ୍ ଭେନେଜୁଏଲର ଇଲିଆନା ମାର୍କେଜ୍ ହୋଇଛନ୍ତି। ଏ ସମସ୍ତଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାତେଇଛନ୍ତି ଭିକ୍ଟୋରିଆ କେଜିର୍ ।
ଚଳିତ ବର୍ଷର ମିସ୍ ୟୁନିଭର୍ସ ୨୦୨୪ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ୭୩ ତମ ସଂସ୍କରଣ ମେକ୍ସିକୋର ଆରେନା CDMX ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ମିସ୍ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫାଇନାଲରେ ଭାରତର ରିୟା ସିଙ୍ଘା ମଧ୍ୟ ସାମିଲ ହୋଇଥିଲେ। ଯିଏ ଶ୍ରେଷ୍ଠ ୩୦ ରେ ତାଙ୍କ ସ୍ଥାନ ସୁରକ୍ଷିତ କରିଥିଲେ,। କିନ୍ତୁ ଶ୍ରେଷ୍ଠ ୧୨ ରେ ପ୍ରବେଶ କରିପାରି ନଥିଲେ ଚଳିତ ବର୍ଷ ୧୨୫ ଟି ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ। ତେବେ ଗତ ବର୍ଷର ମିସ୍ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ୍ ପାଲାସିଓସ୍ ଚଳିତ ବର୍ଷର ମିସ୍ ୟୁନିଭର୍ସ ବିଜେତା ଭିକ୍ଟୋରିଆ କେଜର୍ ଥେଲଭିଗଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧାଇଛନ୍ତି।