• ‘ଜେଲର-୨’ରେ ନଜର ଆସିବେ ଶାହରୁଖ -ରଜନୀକାନ୍ତ
  • ଏହି ଫିଲ୍ମକୁ ନେଇ ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ଖୁଲାସା
  • ‘ଜେଲର-୨’ରେ ଅନେକ ବଡ଼ ବଡ଼ ଷ୍ଟାରଙ୍କ କେମିୟୋ ରହିଛି

ମୁମ୍ୱାଇ – ଅଭିନେତା ମିଥୁନ ଟକ୍ରବର୍ତ୍ତୀ , ଯାହାଙ୍କର ବଲିଉଡରେ ସ୍ୱତନ୍ତ୍ର ପରିଚୟ ରହିଛି। ଡିସ୍କୋ ଡ୍ୟାନ୍ସର ଭାବେ ପରିଚିତ ତଥା ସ୍ୱତନ୍ତ୍ର ଡାଏଲଗର ମାଷ୍ଟର ମିଥୁନ ଦା , ନିକଟରେ ନେଲସନ ଦିଲ୍ଲୀପକୁମାରଙ୍କ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର-୨’ ବିଷୟରେ କହିଛନ୍ତି। ଏହି ଫିଲ୍ମରେ ଅନେକ ଷ୍ଟାରଙ୍କ କେମିୟୋ ଥିବା ସ୍ପଷ୍ଟ କରିବା ସହ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ଶାହରୁଖ ଖାନ ମଧ୍ୟ ଏହି ଫିଲ୍ମର ସଦସ୍ୟ ଅଛନ୍ତି। ସିଟି ସିନେମାକୁ ଦେଇଥିବା ଏକ ସାକ୍ଷାତକାରରେ ନିଜର କ୍ୟାରିୟର ବିଷୟରେ ଆଲୋଚନା କରିବା ସହ ମିଥୁନ ଦା, ତାମିଲ ଫିଲ୍ମରେ ତାଙ୍କର ଭୂମିକା ବିଷୟରେ ସଙ୍କେତ ଦେଇଥିଲେ।

ଏହାସହ ମଧ୍ୟ ପଢନ୍ତୁ : ଜାଣନ୍ତି ...କିଏ ଗାଇ ଥିଲେ ‘ଶକ୍ତିମାନ’ର ଟାଇଟଲ ଗୀତ, ଏହି ଗାୟକଙ୍କ ପାଇଁ ଶାହରୁଖ-ରିଷି କପୁରଙ୍କ ମଧ୍ୟରେ ଲାଗିଥିଲା ବିବାଦ

ଏଥିରୁ ‘ଜେଲର-୨’ରେ ରଜନୀକାନ୍ତ ଓ ଶାହରୁଖ ଖାନ ପ୍ରଥମ ଥର ଏକାଠି ସ୍କ୍ରିନ୍ ସେୟାର କରିବେ। ଯଦି ଆପଣ ଅନୁଭବ ସିହ୍ନାଙ୍କ ୨୦୧୧ରେ ଆସିଥିବା ଫିଲ୍ମ ର.ୱାନ ବିଷୟରେ ଭାବୁଛନ୍ତି ତ , ଯେଉଁଥିରେ ରଜନୀକାନ୍ତ ଏନ୍ଥିରନ(୨୦୧୦)ରେ ଚିଟ୍ଟି ଚରିତ୍ର କରିଥିଲେ , ତ ଆମ ପାଖରେ ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଖବର ଅଛି। ଅଭିନେତା ସୁରେଶ ମେନନ ଚଳିତ ବର୍ଷ ମେ’ରେ ଡିଜିଟାଲ କମେଣ୍ଟ୍ରିକୁ କହିଥିଲେ, ଏମିତି ଗୁଜବ ଥିଲା ଯେ, ରଜନୀକାନ୍ତ ସାହେବ ନିଜେ କେମିୟୋ ପାଇଁ ଆସିବେ। ମୋତେ ଲାଗୁଛି ଯେ, ଏବେ ମୁଁ ଏହି ବିଷୟରେ କଥା ହୋଇ ପାରିବି। ସେ ରଜନୀକାନ୍ତ ନଥିଲେ। ଇଣ୍ଡଷ୍ଟ୍ରୀରେ ଏହି କଥା ସମସ୍ତେ ଜାଣନ୍ତି ଯେ, ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା।

ଏହାସହ ମଧ୍ୟ ପଢନ୍ତୁ :ଫିଟ୍ ରହିବା ପାଇଁ ନୁହେଁ ବରଂ ଏହି କାରଣରୁ ବ୍ୟାୟାମ କରନ୍ତି ‘ଧୁରନ୍ଧର’ର ଚର୍ଚ୍ଚିତ ଅଭିନେତା

ରୋହିତ ଶେଟ୍ଟୀଙ୍କ ୨୦୧୩ରେ ଆସିଥିବା ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍’ରେ ଶାହରୁଖ ଖାନ ‘ଲୁଙ୍ଗି ଡ୍ୟାନ୍ସ’ ଗୀତ ମାଧ୍ୟମରେ ରଜନୀକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ, କିନ୍ତୁ ଏହା ପ୍ରଥମ ଥର ହେବ ଯେବେ ସେ ଦୁହେଁ ଏକାଠି ସ୍କ୍ରିନ୍ ସେୟାର କରିବେ। ୨୦୨୩ରେ ଆସିଥିବା ଫିଲ୍ମ ‘ଜେଲର’ ରେ ରଜନୀକାନ୍ତ, ରାମ୍ୟା କୃଷ୍ଣନ ,ବିନାୟକାନ୍ , କମନ୍ନା ଭାଟିଆ, ସୁନିଲ , ବସନ୍ତ ରବି , ଯୋଗୀ ବାବୁ ଓ ମିର୍ନ ଅଭିନୟ କରିଥିଲେ ,ଯାହାକି ମୋହନଲାଲ୍ , ଶିବ ରାଜକୁମାର ଓ ଜ୍ୟାକି ଶ୍ରର୍ଫ କେମିୟୋ ରୋଲ୍ରେ ନଜର ଆସିଥିଲେ। ‘ଜେଲର-୨’ ରେ ମୋହନଲାଲ୍ ଓ ଶିବ ରାଜକୁମାର ରଜନୀକାନ୍ତ ଓ ରମ୍ୟାଙ୍କ ସହ ନିଜର ଭୂମିକାକୁ ଦୋହରାଇବେ।